fbpx

ନୁହରେ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା, ଲାଗୁ ହେଲା ୧୪୪ ଧାରା, କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଶୁଣାଣି

ନୂଆଦିଲ୍ଲୀ: ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏଥିସହ ୧୬ ସେପ୍ଟେମ୍ବର ରାତି ୧୨ଟା ଯାଏଁ ଇଣ୍ଟରନେଟ ସେବା ଗୁଡିକୁ ବନ୍ଦ କରାଯାଇଛି । ହରିୟାଣା ସରକାର ମାମନ ଖାନଙ୍କୁ ଗିରଫ କରିବା ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ଦିନ ମାମନ ଖାନଙ୍କୁ ଗିରଫ କରାଯାଇଥିଲା । ଯାହାପରେ ଜିଲ୍ଲାରେ ସୁରକ୍ଷାକୁ କଡାକାଡି କରାଯାଇଛି ।

ନୁହ ଜିଲ୍ଲାରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ହିଂସା, ସାର୍ବଜନୀନ ଏବଂ ବେସରକାରୀ ସଂପତ୍ତିର କ୍ଷତି ଏବଂ ଜନସାଧାରଣଙ୍କ ପ୍ରତି ବିପଦ କାରଣରୁ ଧାରା ୧୪୪ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଦାହଜନକ ସାମଗ୍ରୀ ଏବଂ ମିଥ୍ୟା ଗୁଜବ ପ୍ରଚାର ମାଧ୍ୟମରେ ଇଣ୍ଟନେଟ ସେବାଗୁଡିକର ଅପବ୍ୟବହାରକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ଗୁଡିକୁ ବନ୍ଦ କରାଯାଇଛି । ଶୁକ୍ରବାର ଦିନ ମୁସଲମାନ ସଂପ୍ରଦାୟର ଜୁମ୍ମେ ଦୀ ନମାଜ ହୁଏ, ସେମାନଙ୍କୁ ମଧ୍ୟ ମସଜିଦ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ବ୍ରଜମଣ୍ଡଲ ଯାତ୍ରା ବନ୍ଦ ହେବା କାରଣରୁ ନୁହରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ଦୁଇଜଣ ହୋମଗାର୍ଡ ମଧ୍ୟ ସାମିଲ ହୋଇଥିଲେ। ଏହା ପରେ ମଧ୍ୟ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଥିଲା ଏବଂ ଇଣ୍ଟରନେଟ୍ ସେବା ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ନୁହ ହିଂସା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି, ପ୍ରଥମେ ମୋନୁ ମନେସରଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଫିରୋଜପୁର-ର୍କା ମମାନ ଖାନଙ୍କ କଂଗ୍ରେସ ବିଧାୟକଙ୍କୁ ଗିରଫ କରାଯାଇଛି। ନୁହ ହିଂସାକୁ ନେଇ ମାମନ ଖାନଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।

Get real time updates directly on you device, subscribe now.