fbpx

ଗ୍ରାହକଙ୍କ ଚିନ୍ତା ବଢାଉଛି ସୁନା ଦର ବୃଦ୍ଧି : କିଣିବା ପୂର୍ବରୁ ଜାଣିନିଅନ୍ତୁ ଆଜିର ଦାମ

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଲଗାତାର ଭାବରେ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଉଥିବା ବେଳେ, ଆଜି ଏହାର ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି । ଆପଣ ସମସ୍ତେ ଜାଣିଥିବେ ମହିଳାମାନେ ସୁନା ପିନ୍ଧିବାକୁ ଅଧିକ ଭଲ ପାଆନ୍ତି । ତେଣୁ ସୁନା କିଣିବାକୁ ଇଚ୍ଛୁକ ଥିଲେ ନଜର ପକାନ୍ତୁ କେତେ ରହିଛି ଆଜିର ସୁନା ଦର ।

କୁହାଯାଉଛି ଯେ, ଦିନକୁ ଦିନ ସୁନାର ଦାମ ବୃଦ୍ଧି ପାଉଥିବାରୁ ଗ୍ରାହକ ଏବେ ଚିନ୍ତାରେ ପଡିଛନ୍ତି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୨୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୨୩୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୨୧୦ ଟଙ୍କା ରହିଛି ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୨୩୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିବାରେ ଲାଗିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୨୧୦ ଟଙ୍କା ଓ ୬୦,୨୩୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଦଶ ଗ୍ରାମ ପ୍ରତି ୫୫,୩୬୦ ଟଙ୍କା ଓ ୬୦,୨୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୫,୫୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୫୬୦ଟଙ୍କା ଥିବା ରେକର୍ଡ କରାଯାଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଏହାର ଦାମ ଯଥାକ୍ରମେ ୫୫,୨୧୦ ଟଙ୍କା ଓ ୬୦,୨୩୦ ଟଙ୍କା ରହିଛି। ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪,୭୦୦ ଟଙ୍କା ରହିଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.