fbpx

ଶିକ୍ଷା ବିଭାଗର ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଲା ସତ: ଏବେବି ଏହି ରାଜ୍ୟର ନଅ ଲକ୍ଷ ଛାତ୍ରଛାତ୍ରୀଙ୍କର ନାହିଁ ଆଧାର କାର୍ଡ

କୋଲକତା: ବର୍ତ୍ତମାନ ପ୍ରୟତଃ ସବୁ ସ୍ଥାନରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇସାରିଲାଣି। ଅନେକ ସରକାରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏବେ ବି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଆଧାର କାର୍ଡ ନାହିଁ । ନିକଟରେ ପଶ୍ଚିମବଙ୍ଗର ସ୍କୁଲ ଶିକ୍ଷା ବିଭାଗ ଏକ ସର୍ଭେ କରିଥିଲା। ସର୍ଭେ ରିପୋର୍ଟରୁ ଜଣାପଡିଲା କି ଅନେକ ମାଧ୍ୟମିକ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ନାହିଁ। ଏନେଇ ଖୋଦ ରାଜ୍ୟ ସରକାର ମାନିଛନ୍ତି କି ଆଧାର କାର୍ଡ ଅଭାବରୁ ଏଭଳି ଛାତ୍ରଛାତ୍ରୀ ଅନେକ ଥର ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଥିରେ ସବୁଠୁ ଅଧିକ ଛାତ୍ରୀ ସାମିଲ ଅଛନ୍ତି। ତେବେ ରାଜ୍ୟ ସରକାର ଆଧାର କାର୍ଡ ନାମାଙ୍କନ ପାଇଁ ସାରା ରାଜ୍ୟରେ ୨୭୫ ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ ସ୍ଥାପନ କରି ଏହି ସମସ୍ୟାକୁ ଦୂର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି କି ପ୍ରତ୍ୟେକ ବ୍ଲକରେ ଏମିତି ଏକ ପଞ୍ଜୀକରଣ ଶିବିର ଲଗାଯିବା ପାଇଁ ଚେଷ୍ଟା କରାଯାଉଛି। ଛାତ୍ର ବିନା କୌଣସି ଶୁଳ୍କରେ ସେଠାରେ ନିଜ ନାଁ ରେଜିଷ୍ଟର କରାଇପାରିବେ। ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରଠୁ ଆରମ୍ଭ କରି ସମସ୍ତ ସ୍ତରରେ ଛାତ୍ର ସେଠାରେ ନିଜ ନାଁ ରେଜିଷ୍ଟର କରିପାରିବେ। ଏହି ପ୍ରକ୍ରିୟା ବୁଧବାରଠୁ ଆରମ୍ଭ ହୋଇଯାଇଛି। ଏହି ସୁବିଧା ସରକାରୀ ଏବଂ ପ୍ରାଇଭେଟ୍ ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ।

ରାଜ୍ୟ ଶିକ୍ଷା ବିଭାଗର ସୂଚନା ଅନୁସାରେ ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକଙ୍କୁ ଆଧାର କାର୍ଡର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇବା ପାଇଁ ଆବଶ୍ୟକ ଅଭିଯାନ ଚଳାଇବା ପାଇଁ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ରାଜ୍ୟ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି କି ବିଶେଷ ରୂପେ ଛାତ୍ର ସମୁଦାୟଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ବିକାଶ ଯୋଜନା ରହିଛି। ଏମିତି ଯୋଜନା ଅନୁସାରେ ନାମାଙ୍କନ ପାଇଁ ଆଧାର କାର୍ଡ ଆବଶ୍ୟକ। ବିଳମ୍ବରେ ହେଉ ପଛେ ଲୋକମାନେ ବୁଝୁଛନ୍ତି, ଏହା ଏକ ଭଲ ସନ୍ଦେଶ। ଆଶା କରୁଛୁ କି ଏହି ବ୍ଲକ୍ ସ୍ତରୀୟ ଅସ୍ଥାୟୀ ପଞ୍ଜିକରଣ ଶିବିରରୁ ଏକ ବଡ଼ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.