fbpx

ବନ୍ଦ ହେବାକୁ ଯାଉଛି SBIର ଏହି ଲାଭଦାୟକ ଯୋଜନା, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ନିଜ ସଞ୍ଚୟର ନିବେଶ କରିବା ଲାଗି ଫିକ୍ସଡ ଡିପୋଜିଟ୍ ବା ଏଫଡି ସର୍ବଦା ଏକ ଲୋକପ୍ରିୟ ବିକଳ୍ପ ରହିଆସିଛି । ଏଥିରେ ଆପଣଙ୍କ ପଇସା ସୁରକ୍ଷିତ ରହିବା ସହ ରିଟର୍ଣ୍ଣ ବି ଜୋରଦାର ମିଳିଥାଏ । ବରିଷ୍ଠ ନାଗରିକମାନେ ନିବେଶ କରିବା ସମୟରେ ଏପରି ବିକଳ୍ପ ବାଛିଥାନ୍ତି ଯେଉଁଥିରେ କୌଣସି ବି ଆଶଙ୍କା ନ ଥିବ । ତେଣୁ ସେମାନଙ୍କ ଲାଗି ଏଫଡି ସ୍କିମ୍ ସବୁଠାରୁ ଭଲ ବିକଳ୍ପ ହୋଇଥାଏ । ଏହିପରି ଏକ ଲାଭଦାୟକ ସ୍କିମ୍ ହେଉଛି ଏସ୍‌ବିଆଇର ୱି କେୟାର ସ୍କିମ୍ SBI WeCare FD Scheme  କିନ୍ତୁ ଏଥିରେ ନିବେଶ କରିବା ଲାଗି ଆଉ ମାତ୍ର ୭ ଦିନ ସମୟ ବାକି ଅଛି । କାରଣ ୩୦ ସେପ୍ଟେମ୍ବର ୨୦୨୩ରେ ଏହା ବନ୍ଦ ହୋଇଯିବ ।

ଏସ୍‌ବିଆଇର ଏହି ସ୍କିମ୍‌ରେ ନିବେଶ କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିଥାଏ । ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସାଧାରଣ ନିବେଶକଙ୍କ ଅପେକ୍ଷା ଅଧିକ ସୁଧ ପ୍ରଦାନ କରାଯାଇଥାଏ । ଏହି ସ୍କିମର ଲାଭ ଯେତେ ଜଲ୍‌ଦି ଉଠାଇବେ ସେତେ ଭଲ । ଏହି ସ୍କିମ୍‌ରେ ମିନିମମ୍ ଇନଭେଷ୍ଟମେଣ୍ଟ ଜରିଆରେ ଆପଣ ୫ରୁ ୧୦ ବର୍ଷ ମଧ୍ୟରେ ଭଲ ଲାଭ ପାଇପାରିବେ ।

ଏସବିଆଇ ୱି କେୟାର ସ୍ପେଶାଲ ଏଫଡି ସ୍କିମ୍ କୋଭିଡ୍ ସମୟରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ପଇସା ସୁରକ୍ଷିତ ରଖିବାର ବିକଳ୍ପ ଭାବରେ ଆରମ୍ଭ କରାଯାଇଥିଲା । ସାଧାରଣତଃ ବ୍ୟାଙ୍କରେ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୫୦ ବେସିସ୍ ପଏଣ୍ଟ ଫାଇଦା ମିଳିଥାଏ । କିନ୍ତୁ ଏସବିଆଇ ୱି କେୟାର ଏଫଡି ଉପରେ ଅତିରିକ୍ତ ୫୦ ବେସିସ୍ ପଏଣ୍ଟ ଲାଭ ମିଳିଥାଏ । ଏହି ସ୍କିମ୍‌ରେ ବରିଷ୍ଠଙ୍କୁ ୧ ପ୍ରତିଶତ ଅଧିକ ସୁଧ ମିଳିଥାଏ । ଏବେ ଏସବିଆଇ ୱି କେୟାର ସ୍କିମ୍‌ରେ ୭.୫୦ ପ୍ରତିଶତ ସୁଧ ମିଳୁଛି । ଏସବିଆଇର ରେଗୁଲାର ଏଫଡିରେ ସୁଧ ହାର ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ଅବଧି ପର୍ଯ୍ୟନ୍ତ ୩.୫୦ ପ୍ରତିଶତରୁ ୭.୫୦ ପ୍ରତିଶତ ମଧ୍ୟରେ ରହିଛି ।

ତେବେ ଏସବିଆଇ ୱି କେୟାର ସ୍କିମ୍‌ର ସମୟସୀମା ବଢାଯିବାର ଆଶା ବି କମ୍ ରହିଛି । କାରଣ ପୂର୍ବରୁ ଏହାକୁ ୩ ମାସ ବଢାଇ ଦିଆସରିଛି । କୋଭିଡ୍ ସମୟରେ ଆରମ୍ଭ ହୋଇଥିବା ଏହି ସ୍କିମ୍ ୩୦ ଜୁନ୍ ୨୦୨୩ରେ ଶେଷ ହେବାକୁ ଥିଲା । ବ୍ୟାଙ୍କ ଏହାକୁ ବଢାଇ ୩୦ ସେପ୍ଟେମ୍ବର ୨୦୨୩ କରି ଦେଇଥିଲେ ।

Get real time updates directly on you device, subscribe now.