fbpx
BJD
BJD SKY
BJD SKY

ବଢିବ ଯୋଜନା ଟଙ୍କା, ୧୫୦୦ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ: ସମୟ ପୂର୍ବରୁ ଖାତାକୁ ଆସିପାରେ କିସ୍ତି

ଭୋପାଳ: ଆଗକୁ ଆସୁଛି ନିର୍ବାଚନ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ଦଳ । ଏହା ମଧ୍ୟରେ ମହିଳାମାନଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଟଙ୍କା ପଠାଇପାରନ୍ତି । ତେବେ ଅକ୍ଟୋବର ମାସର କିସ୍ତିରେ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଲାଡଲି ବେହନା ଯୋଜନାରେ ୧୨୫୦ ଟଙ୍କା ମିଳୁଥିବା ବେଳେ ସରକାର ଏହାକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଇପାରନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ତରଫରୁ ଏବେ ପର୍ଯ୍ୟନ୍ତ ମହିଳାଙକ ଆକାଉଣ୍ଟକୁ ମାସିକ ୧୨୫୦ ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହା ପ୍ରତି ମାସ ୧୦ ତାରିଖରେ ଖାତାକୁ ଆସୁଥିବା ବେଳେ ଅକ୍ଟୋବର ମାସର କିସ୍ତି ୪ ତାରିଖରେ ପ୍ରଦାନ କରିପାରନ୍ତି ସରକାର । କାରଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ୍ଦବାରା ଇଲେକ୍ସନର ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି । ତେଣୁ ଅକ୍ଟୋବର ୫ ତାରିଖ ପରେ ଆଚାର ସଂହିତା ଲାଗୁ କରାଯାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୪ ତାରିଖରୁ ଲାଡଲି ବେହନା ଯୋଜନାର କିସ୍ତି ଜାରି କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ସେଥିପାଇଁ ସାଗରରେ ଏହାର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ୧.୨୫କୋଟି ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବେ ମୁଖ୍ୟମନ୍ତ୍ରୀ ।

ମହିଳାମାନଙ୍କ ବିକାଶ ପାଇଁ ‘ଲାଡଲି ବେହନା ଯୋଜନା’ ଲଞ୍ଚ କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହାଦ୍ୱାରା ପ୍ରତିମାସ ମହିଳାଙ୍କୁ ୧୦୦୦ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଜୁନ୍ ମାସରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଅଗଷ୍ଟ ମାସରେ ରକ୍ଷା ବନ୍ଧନ ପାଇଁ ଯୋଜନାରେ ୨୫୦ ଟଙ୍କା ବୃଦ୍ଧି କରାଯାଇଛି । ତେବେ ଆଗକୁ ଏହି କିସ୍ତି ୩୦୦୦ ଟଭ୍କା କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

Get real time updates directly on you device, subscribe now.