ମୁମ୍ବାଇ : ବଲିଉଡର ଟ୍ରାଜେଡି କିଙ୍ଗ ଦିଲିପ କୁମାର ୨ ବର୍ଷ ପୂର୍ବରୁ ଦୁନିଆ ଛାଡି ଯାଇଥିବା ବେଳେ ଆଜି ତାଙ୍କ ଭଉଣୀ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି । ସେ ବାନ୍ଦ୍ରାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସାଇଦା ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ତାଙ୍କ ବୟସ ଅଧିକ ହେବାରୁ ସେ ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ତାଙ୍କ ମୃତ୍ୟୁରେ ସାରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି ।
ସାଇଦା ଫିଲ୍ମ ଡାଇରେକ୍ଟର ମେହବୁବ ଖାନଙ୍କ ପୁଅ ଇକବାଲ ଖାନଙ୍କ ପତ୍ନୀ ଥିଲେ । ଇକବାଲ ମେହବୁବ ଇଣ୍ଡଷ୍ଟ୍ରିର ଟ୍ରଷ୍ଟି ଥିଲେ । ଇକବାଲ ୨୪ ସେପ୍ଟେମ୍ବର ୨୦୧୮ରେ ମୃତ୍ୟୁବରଣ କରିଥିଲେ । ଇକବାଲଙ୍କ ପରେ ସାଇଦାଙ୍କ ଦେଖାଶୁଣା ତାଙ୍କ ପୁଅ ଶାକିବ ଏବଂ ଝିଅ ଇହ୍ଲାମ କରୁଥିଲେ । ଶାକିବ ମଧ୍ୟ ନିଜ ପିତାଙ୍କ ପରି ଫିଲ୍ମ ନିର୍ମାତା । ତାଙ୍କ ଝିଅ ହେଉଛନ୍ତି ଜଣେ ଲେଖିକା । କୁହାଯାଉଛି ସାଇଦା ତାଙ୍କ ଭାଇ ଦିଲିପ କୁମାରଙ୍କ ଅତି ନିକଟତର ଥିଲେ । ସେ ସମାଜ ସେବା କାମରେ ନିଜକୁ ନିୟୋଜିତ କରୁଥିଲେ । ଶେଷ ଥର ତାଙ୍କୁ ମେହବୁବ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଫେଡେରେସନ ଅଫ ଇଣ୍ଡିଆ ସିନେ ଏମ୍ପାଲାଇଜକୁ ୧୦ ଲକ୍ଷ ଟଙ୍କାର ଚେକ ଦେଇଥିଳେ । ଏହି କାର୍ଯ୍ୟକ୍ରମରେ ନାଡିୟାଲୱାଲା ମଧ୍ୟ ସାମିଲ ହୋଇଥିଲେ ।