fbpx

ଆର୍ମି ହସ୍ପିଟାଲ ରକ୍ତ ନେଇ HIVପଜିଟିଭ୍ ହୋଇଥିଲେ ଯବାନ, ୧୨ବର୍ଷ ପରେ ଦେଢ଼ କୋଟିର କ୍ଷତିପୂରଣ ଦେବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ପୂର୍ବତନ ଅଧିକାରୀ ଆର୍ମି ହସ୍ପିଟାଲର ରକ୍ତ ନେଇ ଏଚଆଇଭି ପଜିଟିଭ୍ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ୧.୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ । ୨୦୦୨ରେ ପାକିସ୍ତାନ ବିରୋଧରେ ଚାଲିଥିବା ‘ଅପରେସନ୍ ପରାକ୍ରମ’ ସମୟରେ ଡ୍ୟୁଟିରେ ଅସୁସ୍ଥ ହୋଇ ଏହି ଅଧିକାରୀମାନଙ୍କୁ ଜମ୍ମୁ-କଶ୍ମୀରର ଏକ ଆର୍ମି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ରକ୍ତର ଆବଶ୍ୟକତା ହେବାରୁ ୧ ୟୁନିଟ୍ ରକ୍ତ ଦିଆଯାଇଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୧୨ ବର୍ଷ ପରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା, କିନ୍ତୁ ଏତେ ଲମ୍ବା ବ୍ୟବଧାନ ପରେ ଆର୍ମି ହସ୍ପିଟାଲରେ ରକ୍ତ ସଂଚାଳନ ସମୟରେ ସେ ସଂକ୍ରମିତ ହୋଇଥିବା ପ୍ରମାଣ କରିବା କଷ୍ଟକର ହୋଇପଡ଼ିଥିଲା । ୨୦୧୭ରେ ସେ କ୍ଷତିପୂରଣ ପାଇଁ ଏନସିଡିଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ଏନସିଡିଆରସି ତାଙ୍କ ଆବେଦନକୁ ଖାରଜ କରିଦେଇଥିଲା ।
ପେର ସେ ୨୦୨୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପ୍ରତି ଏଭଳି ଅବହେଳା ପାଇଁ ଉଭୟ ଭାରତୀୟ ବାୟୁସେନା ଓ ଭାରତୀୟ ସେନାକୁ ମିଳିତ ଭାବେ ଦାୟୀ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୬ ସପ୍ତାହ ମଧ୍ୟରେ ୧,୫୪,୭୩,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ଭାରତୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ବାୟୁସେନାକୁ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ଚାହିଁବେ ତେବେ ସେନାଠାରୁ ଏହାର ଅଧା ଅର୍ଥ ଆଦାୟ କରିପାରିବେ । ଭିନ୍ନକ୍ଷମ ପେନସନ ସମ୍ବନ୍ଧୀୟ ବକେୟା ରାଶି ୬ ସପ୍ତାହ ମଧ୍ୟରେ ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.