fbpx

ଭାଗ୍ୟଶାଳୀ ବିଜେତାଙ୍କୁ ମାଗଣା ଆଇଫୋନ୍-୧୫ ! ଏଭଳି ସ୍କାମ୍ ରେ ଫସିଛନ୍ତି କି ଆପଣ ?…. ତାହେଲେ ନିଅନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଇଫୋନ୍ ୧୫କୁ ନେଇ ଏକ ବଡ଼ ଠକେଇ ସାମ୍ନାକୁ ଆସୁଛି। ଏଥିପାଇଁ ଇଣ୍ଡିଆ ପୋଷ୍ଟ ନୂଆ ଆଇଫୋନ୍ ୧୫ ସ୍କାମ୍ ବିଷୟରେ କହିଛି। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆପାର୍ଟମେଣ୍ଟ ଅଫ୍ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ ନିଜର ଅଫିସିଆଲ ଆକାଉଣ୍ଟ ଜରିଆରେ ଏକ ଠକେଇ ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦେଇଛି । ଇଣ୍ଡିଆ ପୋଷ୍ଟ ନୂଆ ଆଇଫୋନ୍ ୧୫ ଭାଗ୍ୟଶାଳୀ ବିଜେତାଙ୍କୁ ଦେଉଛି ବୋଲି ଏକ ଫିସିଂ ମେସେଜ୍ ମିଥ୍ୟା ଦାବି କରିଛି।

ଇଣ୍ଡିଆ ପୋଷ୍ଟ ଟୁଇଟ୍ କରି ଲେଖିଛି, ଦୟାକରି ସାବଧାନ ରୁହନ୍ତୁ। ଇଣ୍ଡିଆ ପୋଷ୍ଟ କୌଣସି ଅନଅଫିସିଆଲ ପୋର୍ଟାଲ କିମ୍ବା ଲିଙ୍କ ମାଧ୍ୟମରେ କୌଣସି ପ୍ରକାର ଉପହାର ଦେଇନଥାଏ । ଭାରତ ଡାକ ସମ୍ବନ୍ଧୀୟ କୌଣସି ସୂଚନା ପାଇଁ ଦୟାକରି ଅଫିସିଆଲ ୱେବସାଇଟକୁ ଯାଆନ୍ତୁ .. Indiapost.gov.in କୁ ଯାଆନ୍ତୁ। ” ଏହି ଆଡଭାଇଜରିରେ ଭାଇରାଲ ମେସେଜର ସ୍କ୍ରିନସଟ୍ ମଧ୍ୟ ରହିଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ନବରାତ୍ରୀ ଉପହାର ଭାବରେ ଆଇଫୋନ୍ ୫ ଜିତିଛନ୍ତି । ଉପହାର କିପରି ଦାବି କରାଯିବ ସେ ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଆପଣଙ୍କୁ ହ୍ୱାଟ୍ସଆପରେ ୫ଟି ଗ୍ରୁପ୍ କିମ୍ବା ୨୦ ଜଣ ବନ୍ଧୁଙ୍କ ସହ ଏକ ମେସେଜ ସେୟାର କରିବାକୁ ପଡିବ । ଏଠାରେ ଏକ ଲିଙ୍କ୍ ରହିବ ଯେଉଁଥିରେ କ୍ଲିକ୍ କରି ଉପହାର ଦାବି କରାଯାଇପାରିବ। ଏହି ମେସେଜ୍ ଫେକ୍ ଏବଂ ୟୁଜର୍ସଙ୍କୁ ଏଭଳି ମେସେଜ୍ ଫରୱାର୍ଡ ନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଇଣ୍ଡିଆ ପୋଷ୍ଟ ଚେତାବନୀ ଦେଇଛି। ଏଥିରେ ଅନଧିକୃତ ଲିଙ୍କ୍ ଦିଆଯାଇଛି, ସେଥିରେ କ୍ଲିକ୍ କରିବା ରୁ ଦୂରେଇ ରହିବା ଉଚିତ୍ ।

ଆଗରୁ ଠକମାନେ ସରକାରୀ ୱେବସାଇଟକୁ ବ୍ୟବହାର କରି ମେସେଜ କରଥାନ୍ତି। ଆମେ ଏଭଳି ଅନେକ ମେସେଜ୍ ଦେଖିଛୁ ଯେଉଁଥିରେ ଆଧାର ଅପଡେଟ୍, ପ୍ୟାନ୍ ଅପଡେଟ୍ ଏବଂ ଏପରିକି ବ୍ୟାଙ୍କ ସମ୍ବନ୍ଧୀୟ ମେସେଜ୍ ମଧ୍ୟ ରହିଛି ଯାହା ଲିଙ୍କ୍ ସହିତ ଆସି ପୁରସ୍କାର ଦାବି କରିଥାଏ। ଏହି ଲିଙ୍କ୍ ରେ କ୍ଲିକ୍ କରିବା ପରେ ୟୁଜର ମସାଜ ୱେବସାଇଟରେ ପହଂଚି ତାଙ୍କ ଟଙ୍କା ଚୋରି ହୋଇଯାଇଥାଏ । କିପରି ରହିବେ ସୁରକ୍ଷିତ- ଆଇଫୋନ୍ ୧୫ ଠକେଇରୁ ସୁରକ୍ଷିତ ରହିବା ପାଇଁ ମେସେଜ୍ ଠାରୁ ସାବଧାନ ରୁହନ୍ତୁ ଯାହା ଆପଣଙ୍କୁ ଏକ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କହିବ। ଠକମାନେ ଅନେକ ସମୟରେ ଲୋକଙ୍କୁ ଠକିବା ପାଇଁ ଟ୍ରେଣ୍ଡିଂ ବିଷୟବ୍ୟବହାର କରିଥାନ୍ତି, ତେଣୁ ଯଦି ଆପଣ ଆଇଫୋନ୍ ୧୫ ବିଷୟରେ କୌଣସି ମେସେଜ ଦେଖନ୍ତି ତେବେ ଆପଣଙ୍କୁ ସାବଧାନ ହେବାକୁ ପଡିବ । ମନେ ରଖନ୍ତୁ ଯେ ଆପଲ୍ ଆଇଫୋନ୍ କେବଳ ଏକ ନିର୍ଭରଯୋଗ୍ୟ ଷ୍ଟୋର୍ ଏବଂ ଭେରିଫାଏଡ୍ ଇ-କମର୍ସ ୱେବସାଇଟ୍ ରୁ କିଣିବା ଉଚିତ୍ ।

Get real time updates directly on you device, subscribe now.