fbpx
BSKY
BJD SHG SKY
BJD YOUTH SKY

କେତେ ଦିନ ପାଳନ ହେବ ଶାରଦୀୟ ନବରାତ୍ରୀ? ଜାଣନ୍ତୁ ଘଟସ୍ଥାପନାରୁ ବିଜୟ ଦଶମୀର ସମସ୍ତ ତିଥି

ଆଶ୍ୱୀନ ମାସରେ ଶାରଦୀୟ ନବରାତ୍ରୀ ପାଳନ ହୋଇଥାଏ । ମା ଦୁର୍ଗାଙ୍କ ଭକ୍ତଙ୍କୁ ଏହି ନବରାତ୍ରୀର ଅପେକ୍ଷା ରହିଛି । ଶାରଦୀୟ ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଦେବୀଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ପୂଜା, ଗରବା, କନ୍ୟା ପୂଜନ, ଜାଗର ଇତ୍ୟାଦି ହୋଇଥାଏ । ସ୍ଥାନେ ସ୍ଥାନେ ପେଣ୍ଡାଲ ତିଆରି କରି ଦେବୀ ଦଶଭୂଜାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥାଏ । ଶାରଦୀୟ ନବରାତ୍ରୀ ଅଶ୍ୱୀନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ରହିଥାଏ ଏବଂ ଦଶମୀ ଦିନ ଦୁର୍ଗାଙ୍କ ବିସର୍ଜନ କରାଯାଏ । ପଞ୍ଚାଙ୍ଗ ଭେଦ ଯୋଗୁଁ ଅନେକ ଥର ନବରାତ୍ରୀ ୮ ଦିନ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତବର୍ଷ ଶାରଦୀୟ ନବରାତ୍ରୀ ୨୦୨୩ କେତେ ଦିନ ପାଳନ କରାଯିବ ।

ଚଳିତବର୍ଷ ପବିତ୍ର ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅକ୍ଟୋବର ୨୪ ତାରିଖରେ ବିଜୟାଦଶମୀରେ ମା ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରିବେ ଶ୍ରଦ୍ଧାଳୁ । ତେବେ ଚଳିତବର୍ଷ କୌଣସି ତିଥି କ୍ଷୟ ହେଉନାହିଁ । ଶାସ୍ତ୍ର ଅନୁସାରେ, ନବରାତ୍ରୀରେ ତିଥି କ୍ଷୟ ହେବା ଅଶୁଭ ବୋଲି ବିଶ୍ୱାସ କରାଯାଏ । ପଞ୍ଚାଙ୍ଗ ଅନୁସାରେ, ଶୁକ୍ଳ ପକ୍ଷର ପ୍ରତପଦା ତିଥି(ଅକ୍ଟୋବର ୧୪) ରାତି ୧୧.୨୪ରୁ ଆରମ୍ଭ ହୋଇ ଅକ୍ଟୋବର ୧୬ ତାରିଖ ପ୍ରାତଃ ୧୨.୦୩ ପର୍ଯ୍ୟନ୍ତ ରହିଛି ।

ନବରାତ୍ରୀର ପ୍ରତିପଦା ତିଥିରେ ମନ୍ତ୍ର ଉଚ୍ଚାରଣ, ବୈଦିକ ଅନୁଷ୍ଠାନ ସହିତ କଳସରେ ମା ଦୁର୍ଗାଙ୍କ ଆବାହନ କରାଯାଇଥାଏ । ଏହାକୁ ଘଟସ୍ଥାପନା କୁହାଯାଏ । ଶୁଭ ମୁହୂର୍ତ୍ତରେ ହୋଇଥିବା ଏହି ଘଟସ୍ଥାପନାରେ ମା’୯ ଦିନ ପର୍ଯ୍ୟନ୍ତ ଘରେ ବାସ କରିଥାନ୍ତି ।
ନବରାତ୍ରୀର ଅଷ୍ଟମ ଦିବସକୁ ମହାଷ୍ଟମୀ ବ୍ରତ ରଖାଯାଏ । ଏହାକୁ ଦୁର୍ଗାଷ୍ଟମୀ ମଧ୍ୟ କୁାହଯାଏ । ଚଳିତବର୍ଷ ଶାରଦୀୟ ନବରାତ୍ରୀରେ ମହାଷ୍ଟମୀ ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ । ଏହିଦିନ ମହାଗୌରୀଙ୍କ ପୂଜା, କୂଳଦେବୀଙ୍କ ଉପାସନା ଏବଂ କନ୍ୟା ପୂଜନ ଆଦି ବିଧି ରହିଛି ।

ପୌରାଣିକ କଥା ଅନୁସାରେ, ଆଶ୍ୱୀନ ମାସ ଶାରଦୀୟ ନବରାତ୍ରୀରେ ମା ଦୁର୍ଗା ଏବଂ ତାଙ୍କର ୯ ରୂପ ସହ ମହିଷାସୁରର ଯୁଦ୍ଧ ୯ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଦଶମ ଦିନ ଦେବୀ ଦୁର୍ଗା ମହିଷାସୁର ଉପରେ ବିଜୟ ପ୍ରାପ୍ତ କରିଥିଲେ । ସେହି ଦିନଠାରୁ ମା’ ନିଜର ୯ ରୂପଙ୍କୁ ସାଙ୍ଗରେ ଧରି ମହୀକୁ ଅବତରଣ କରନ୍ତି । ତେଣୁ ଧରାବାସୀ ଦେବୀଙ୍କ କୃପା ପାଇବା ସହ ମନ୍ଦଶକ୍ତିକୁ ଦୂରେଇବା ପାଇଁ ଏହି ତିଥିରେ ଦେବୀ ଦଶଭୂଜାଙ୍କ ଉପାସନା କରିଥାନ୍ତି କୋଟି କୋଟି ଭକ୍ତ ।

Get real time updates directly on you device, subscribe now.