fbpx

ଜାତୀୟ ପରୀକ୍ଷା ବୋର୍ଡରେ ଚାକିରି କରନ୍ତୁ: ଷ୍ଟେନୋ, କନିଷ୍ଠ ସହାୟକ, ଆକାଉଣ୍ଟାଣ୍ଟ ପଦ ଖାଲି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କନିଷ୍ଠ ସହାୟକ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟାଣ୍ଟ, ଜୁନିୟର ପ୍ରୋଗ୍ରାମର, ଲ’ ଅଫିସର, ଡେପୁଟି ଡାଇରେକ୍ଟର (ମେଡିକାଲ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜାତୀୟ ପରୀକ୍ଷା ବୋର୍ଡ ଇନ୍ ମେଡିକାଲ ସାଇନ୍ସ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

କନିଷ୍ଠ ସହାୟକ ପାଇଁ ଦ୍ୱାଦଶ ପାସ, ଷ୍ଟେନୋଗ୍ରାଫର ପାଇଁ ଦଶମ ପାସ, ଜୁନିୟର ଆକାଉଣ୍ଟାଣ୍ଟ ପାଇଁ ଡିଗ୍ରୀ, ଜୁନିୟର ପ୍ରୋଗ୍ରାମର ପାଇଁ ଡିଗ୍ରୀ, ଲ’ ଅଫିସର ପାଇଁ ଡିଗ୍ରୀ ସହ ଏଲଏଲବି, ଡେପୁଟି ଡାଇରେକ୍ଟର ପାଇଁ ପିଜି ଡିଗ୍ରୀ ଆବଶ୍ୟକ । କିଛି ପଦ ପାଇଁ ବୟସ ସୀମା ୨୭ ବର୍ଷ ରହିଥିବା ବେଳେ ଆଉ କିଛି ପଦ ପାଇଁ ୩୫ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ସେପ୍ଟେମ୍ବର ୩୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ମାସ ୨୦ ତାରିଖରେ ସମାପ୍ତ ହେବ । ଅକ୍ଟୋବର ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଯୋଗ୍ୟତାକୁ ଦେଖାଯିବ । ପେମେଣ୍ଟ ପ୍ରକ୍ରିୟା ଅନଲାଇନ୍ ମୋଡ଼ରେ କରାଯିବ । ଜେନେରାଲ ପ୍ରାର୍ଥୀମାନେ ୧୫୦୦ ଟଙ୍କା ସହିତ ୧୮ ପ୍ରତିଶତ ଜିଏସଟି ପ୍ରଦାନ କରିବେ । ଏସସି / ଏସଟି / ପିଡବ୍ଲ୍ୟୁଡି / ଓବିସି-ଏନସିଏଲ / ଇଡବ୍ଲ୍ୟୁଏସ/ ମହିଳା ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: Available on 30.09.2023

ନୋଟିଫିକେସନ ଲିଙ୍କ: https://natboard.edu.in/viewNotice.php?NBE=Qy9lV3QyZVNoTmlFUjVOTmQ3Y1Fndz09

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nbe.edu.in/

Get real time updates directly on you device, subscribe now.