fbpx
BSKY SKY
BSKY SKY

ଅର୍ଦ୍ଧ ନଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ସାହାଯ୍ୟ ଭିକ୍ଷା କରୁଛି ୧୨ ବର୍ଷର ବାଳିକା, ଦେଶର ଏହି ଅଞ୍ଚଳରୁ ଆସିଲା କଲିଜା ଥରାଇ ଦେବା ଭଳି ମାମଲା

BSKY

ଉଜୈନ: ମଧ୍ୟପ୍ରଦେଶ ଉଜୈନରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ମାତ୍ର ୧୨ ବର୍ଷର ଏକ ବାଳିକା ସହ ଏପରି କିଛି ଘଟଣା ଘଟିଛି ଯାହା ଜାଣିଲେ ଆପଣ କହିବେ ମଣିଷ ହିଂସ୍ର ପଶୁଙ୍କ ଠାରୁ ବି ଆହୁରି ଭୟାନକ ନିଶ୍ଚିତ । ଉଜୈନରୁ ଏପରି ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ପ୍ରତି ସଭ୍ୟ ମଣିଷର କଲିଜା ଥରାଇ ଦେଇଛି ।

ଭିଡିଓରେ ଦେଖିବାକୁ ମିଳୁଛି ରକ୍ତରେ ଜୁଡୁବୁଡୁ ଏକ ୧୨ ବର୍ଷର ବାଳିକା ବିନା କପଡାରେ ଉଜୈନର ଏକ ଗଳିରେ ଅତି ଦୟନୀୟ ଭାବରେ ଘୁରି ବୁଲୁଛି । ଏହି ବାଳିକା ଜଣକ ବହୁ କଷ୍ଟରେ ନିଜ ଶରୀରକୁ ଢାଙ୍କି ରଖି ଲୋକଙ୍କୁ ସହାୟତା ଲାଗି ଗୁହାରୀ କରୁଛନ୍ତି । ଏହାର କିଛି ସମୟ ପରେ ବାଳିକାଙ୍କୁ ମହାକାଳ ଥାନା କ୍ଷେତ୍ର ବଡନଗର ରୋଡ୍‌ରୁ ମୁରଲୀପୁରା ପୋଲିସ ଧରି ନେଇ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ପୁରା ଘଟଣାର ଯାଞ୍ଚ ଲାଗି ପୋଲିସ ଏସଆଇଟି ଗଠନ କରିଛି ।

ବାଳିକାକୁ ହସ୍ପିଟାଲ ନିଆଯାଉଥିବା ସମୟରେ ତା’ ସହ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ମିଳିଛି । ବାଳିକାର ଶରୀରରେ ବହୁ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ସେ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଏ କଲୋନୀରୁ ସେ କଲୋନୀ ଘୁରି ବୁଲି ସମସ୍ତଙ୍କୁ ସାହାଯ୍ୟ ମାଗିଥିଲା । କିନ୍ତୁ କେହି ବି ତାକୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ । ବାଳିକା ଶରୀରରୁ ଅଧିକ ରକ୍ତସ୍ରାବ ଘଟିଥିବାରୁ ତା’ର ଅବସ୍ଥା ଏବେ ଗୁରୁତର ଅଛି । ବାଳିକାର ଘର ଉତ୍ତରପ୍ରଦେଶ ପ୍ରୟାଗରାଜରେ ବୋଲି ଜଣାପଡିଛି । ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ସେ ଉଜୈନ କିପରି ପହଞ୍ଚିଲା ଓ ତା’ ସହ କିଏ ଏପରି ବର୍ବର ଆଚରଣ କରିଛି ।

Get real time updates directly on you device, subscribe now.