fbpx

ଏଭଳି କରିବା ଦ୍ୱାରା କରଜରୁ ପାଇବେ ମୁକ୍ତି : ରାଶି ଅନୁଯାୟୀ ଆପଣାନ୍ତୁ ସରଳ ଉପାୟ

ଜ୍ୟୋତିଷଶାସ୍ତ୍ରରେ ଏପରି ବହୁ ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଅଣଦେଖା କରିବା ଆପଣଙ୍କ ଲାଗି ଭାରି ପଡିପାରେ । ଏଣୁ ବାସ୍ତୁ ସହ ଜଡିତ ବିଭିନ୍ନ ନିୟମକୁ ମାନି ଚଳିବା ଉଚିତ । ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଜୀବନଶୈଳୀରେ ଉନ୍ନତି ଆସିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଜୀବନର ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ।

କିନ୍ତୁ ସମସ୍ତ ରାଶିର ବ୍ୟକ୍ତିମାନେ ପ୍ରତିଦିନ ଏହି ସମସ୍ତ ରାଶିର ବ୍ୟକ୍ତି ଓ ମହିଳା ସକାଳ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାସହ ସମ୍ଭବତଃ ମଙ୍ଗଳବାର ଓ ଶନିବାର ସୁନ୍ଦରାକାଣ୍ଡ ମଧ୍ୟ ପାଠ କରିପାରିବେ। ପ୍ରତିଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଆସନ୍ତୁ ଜାଣିବା କରଜ ଦୂର କରିବାର ସରଳ ଉପାୟ :

ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସକାଳେ ପ୍ରଭୁ ଗଣେଶଙ୍କର ପୂଜା କରିବା ସହ ଫୁଲ ଅର୍ପଣ କରିବା ଉଚିତ। ଏହା ଦ୍ୱାରା ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ।

ବୃଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ମା’ଲକ୍ଷ୍ମୀଙ୍କର ପୂଜା କରିବା ସହ ପ୍ରତିଦିନ ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ୱାରା ମାଆଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ । ଯାହା ଦ୍ୱାରାକି ଜୀବନରେ କୌଣସି ଅସୁବିଧା ହେବନାହିଁ ।

ମିଥୁନ ରାଶି – ଏହି ରାଶିର ବ୍ୟକ୍ତି କିମ୍ବା ମହିଳା ପ୍ରଭୁ ହନୁମାନଙ୍କ ପୂଜା କରିବା ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଉଚିତ।

କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଗୁରୁବାର ଦିନ କଦଳୀ ବୃକ୍ଷକୁ ପୂଜା କରିବା ଉଚିତ । ଏଭଳି କରିଲେ କେବେ ବି କୌଣସି ଅଭାବ ରହିବ ନାହିଁ ।

ସିଂହ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ଦୀପ ଲଗାଇବା ଉଚିତ । ଯାହାଫଳରେ କି ଆପଣ କରଜରୁ ମୁକ୍ତି ପାଇଁ ପାରିବେ । ଏହା ସହିତ ଉନ୍ନତ ଧରଣର ଜୀବନ ବିତାଇ ପାରିବେ ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏଭଳି କରିବା ଦ୍ୱାରା ଆପଣାଙ୍କୁ କେବେ ବି ଧାନର ଅଭାବ ହେବ ନାହିଁ ।

ତୁଳା ରାଶି – ଏହି ରାଶିର ବ୍ୟକ୍ତି କିମ୍ବା ମହିଳାଙ୍କୁ ଗୁରୁବାର ଦିନ ବିଷ୍ଣୁଙ୍କର ସହସ୍ରନାମ ପାଠ କରିବା ସହ ହଳଦିଆ ବସ୍ତ୍ର ଦାନ କରିବା ଉଚିତ ।

ବିଛା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ମଙ୍ଗଳବାର ଦିନ ଭଗବାନଙ୍କୁ ତୁଳସୀର ଦଳ ଅର୍ପଣ କରିବା ଉଚିତ।

ଧନୁ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ । ଏଭଳି ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ମକର ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ପ୍ରଭୁ ଗଣେଶଙ୍କୁ ପୂଜା କରିବା ଉଚିତ। ବୁଧବାର ଦିନ ପ୍ରଭୁଙ୍କୁ ସବୁଜ ଗୁଜୁରାତି ଅର୍ପଣ କରିବା ଉଚିତ । ଏପରି କଲେ ଆପଣ ମାନେ କରଜ ମୁକ୍ତ ହୋଇପାରିବେ ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ । ଏହା ଦ୍ୱାରା ଭଗବାନ ଶିବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସବୁ ବେଳେ ରହିବ ।

ମୀନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ପ୍ରତିଦିନ ସୂର୍ୟ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ । ଯାହା ଦ୍ୱାରା ଆପଣଙ୍କର ଧନରେ କୌଣସି ଅସୁବିଧା ହେବ ନାହିଁ ।

Get real time updates directly on you device, subscribe now.