fbpx

ଭାରତକୁ ୫ମ ସ୍ୱର୍ଣ୍ଣ: ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା, ୧୮ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା

ଓଡ଼ିଶା ଭାସ୍କର: ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ । ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା । ବିଶ୍ଵ ରେକର୍ଡ ଅଧିକାରୀ ହେଲେ ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ଆଶି ଚୋକସି । ୫ ସ୍ୱର୍ଣ୍ଣ, ୫ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି ।

୪୬୨.୩ ସ୍କୋର କରିଥିବା ଜାଙ୍ଗଙ୍କୁ ପଛରେ ପକାଇ ୪୬୯.୬ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଲେ ସାମ୍ରା । ଚୋକସି ୪୫୧.୯ ସ୍କୋର ସହ ତୃତୀୟ ସ୍ଥାନରେ ରହିଥିଲେ । ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଟିମ୍ ଇଭେଣ୍ଟରେ ମନିନୀ କୌଶିକଙ୍କ ସହ ସାମ୍ରା ଓ ଚୋକସି ବ୍ରୋଞ୍ଜ ପଦକ ଜିତିଥିଲେ । ଚିନ ପରେ ଭାରତର ମୋଟ ସ୍କୋର ୧୭୬୪ ରହିଥିଲା । ରିପବ୍ଲିକ୍ ଅଫ୍ କୋରିଆ ୧୭୫୬ ସହ କାଂସ୍ୟ ପଦକ ଜିତିଥିଲା । ସାମ୍ରା ୫୯୪ ର ନୂଆ ଜାତୀୟ ରେକର୍ଡ ସ୍ଥାପନ କରି ଫାଇନାଲରେ ପ୍ରବେଶ କରିବାରେ ଦ୍ବିତୀୟ ସ୍ଥାନରେ ରହିଥିଲେ।

Get real time updates directly on you device, subscribe now.