fbpx

ଡେଙ୍ଗୁ ମଶା ଦିନରେ କେବଳ ଗୋଡକୁ କାମୁଡେ, ଜାଣନ୍ତୁ କଣ କହୁଛନ୍ତି ହେଲ୍ଥ ଏକ୍ସପର୍ଟ

ଡେଙ୍ଗୁ ସଂକ୍ରମଣ ଏଡିଜ ନାମକ ମଶା କାମୁଡିବାରୁ ସଂକ୍ରମିତ ହୋଇଥାଏ । ବର୍ଷା ଦିନେ ପାଣି ଜମିବାରୁ ଏହି ମଶା ଜନ୍ମ ନିଅନ୍ତି । ଡେଙ୍ଗୁ ଜ୍ୱରକୁ ଏଥିପାଇଁ ଭୟଙ୍କର କୁହାଯାଉଛି କାରଣ ଏଥିରେ ପ୍ଲେଟଲେଟସ କାଉଁଣ୍ଟ କମିବାରେ ଲାଗିଥାଏ । ଯେଉଁ କାରଣରୁ ରୋଗୀର ସ୍ଥିତି ଅତ୍ୟଧିକ ଗମ୍ଭୀର ହେବାକୁ ଲାଗେ । ଯଦି ଡେଙ୍ଗୁ ମଶା କାହାକୁ କାମୁଡେ ତେବେ ୨-୩ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ । ତେବେ ଡେଙ୍ଗୁ ମଶାଙ୍କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଯେପରି ଏହା କାହିଁକି ଦିନରେ କାମୁଡେ? ଆପଣ ଶୁଣିଥିବେ ଯେ, ଏହା କେବଳ ଗୋଡକୁ କାମୁଡେ । ଏହାର ସଠିକ୍ ଉତ୍ତର ଜାଣିବା ପାଇଁ ଚେଷ୍ଟା କରାଯାଇଛି । ଆସନ୍ତୁ ଜାଣିବା ହେଲ୍ଥ ଏକ୍ସପର୍ଟ କଣ କହୁଛନ୍ତି ।

ଡେଙ୍ଗୁ ମଶାଙ୍କୁ ନେଇ ଆସିଥିବା ରିପୋର୍ଟର ଖୁଲାସା କରାଯାଇଛି ଯେ, ଡେଙ୍ଗୁ ମଶା କେବଳ ଦିନରେ କାମୁଡିଥାଏ । ଏହା ମଧ୍ୟ କୁହାଯାଇଛି ଯେ, ଡେଙ୍ଗୁ ମଶା ଅଧିକ ଉପରକୁ ଉଡିପାରେ ନାହିଁ । ଏହି ମଶା କେବଳ ଆପଣଙ୍କ ଆଣ୍ଠୁ ପର୍ଯ୍ୟନ୍ତ ଉଡିପାରେ । ବହୁ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏମାନେ ଦିନ ବା ସକାଳେ ସମୟରେ ଅଧିକ କାମୁଡିଥାନ୍ତି ।

ରିପୋର୍ଟରେ ଖୁଲାସା କରାଯାଇଛି ଯେ, ଏଡିଜ ମଶା କାମୁଡିବାରୁ ପ୍ରତି ବର୍ଷ ହାରାହାରି ୪୦୦ ମିଲିୟନ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି । ହେଲେ ଏହି କଥା ସଂପୂର୍ଣ୍ଣ ସତ୍ୟ ନୁହେଁ ଯେ, ଏହି ମଶା କେବଳ ଦିନରେ ହିଁ କାମୁଡେ । ଏପରି ମଧ୍ୟ ହୋଇପାରେ ଯେ, ଯଦି ଆପଣଙ୍କ ଘରେ ଉଚ୍ଚ ଆଲୋକିତ ବଲବ ଲଗାଯାଇଛି ତେବେ ଏମାନେ ରାତିରେ ମଧ୍ୟ କାମୁଡି ପାରନ୍ତି ।

ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଏହା କରନ୍ତୁ:
-ଯଦି ଆପଣ ବାହାରକୁ ଯାଆନ୍ତି, ତେବେ ପୂର୍ଣ୍ଣ ହାତର ପୋଷାକ ପିନ୍ଧନ୍ତୁ। ବିଶେଷକରି ସକାଳ ଏବଂ ସନ୍ଧ୍ୟାରେ ଜଣେ ଫୁଲ ପୋଷାକ ପିନ୍ଧିବା ଉଚିତ୍ ।
-ପାଣିପାଗ ପରିବର୍ତ୍ତନ ହେତୁ ଯଦି ଆପଣ ଜ୍ୱରରେ ପୀଡିତ ହେଉଛନ୍ତି, ତେବେ ଆପଣ ନିଜ ଇଛା ଅନୁସାରେ ଔଷଧ ସେବନ କରିବା ଜରୁରୀ ନୁହେଁ। ବରଂ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ତା’ପରେ ଔଷଧ ଖାଇବା ଆରମ୍ଭ କରନ୍ତୁ ।

Get real time updates directly on you device, subscribe now.