fbpx

୫ ଘଣ୍ଟା ଜାମ୍ ହେଲା ବେଙ୍ଗାଲୁରୁ ସହର: ସକାଳୁ ସ୍କୁଲ ଯାଇଥିବା ପିଲା ରାତିରେ ଫେରିଲେ ଘରକୁ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଏପରି ହୋଇଥାଏ ଯେ, ଜନସାଧାରଣଙ୍କୁ ମାତ୍ର କିଛି ଦୂରର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଇଥାଏ । ତେବେ ଏଭଳି ଏକ ବଡ଼ ଦୃଶ୍ୟ ଦେଖିବାକୁ ମିଳିଥିଲା ଦେଶର ସିଲିକମ ସିଟି ବେଙ୍ଗାଲୁରୁରେ । ବେଙ୍ଗାଲୁରୁ ସହରରେ ଦୀର୍ଘ ୫ ଘଣ୍ଟା ଟ୍ରାଫିକ୍ ଜାମ ହେବା ସହ ସଡ଼କରେ ଫଶି ରହିଥିବା ଲୋକମାନେ ନିଜକୁ ଅସହାୟ ମଣିଥିଲେ ।

ଭୀଷଣ ଜାମ୍ କାରଣରୁ ମାତ୍ର ୧ କିମି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୨ ଘଣ୍ଟା ସମୟ ଲାଗିଯାଇଥିଲା । ଏଥିସହିତ ସକାଳୁ ସ୍କୁଲ ଯାଇଥିବା ପିଲାମାନେ ରାତି ୮ଟାରେ ଘରକୁ ଫେରିଥିଲେ । ଏହି ଘଟଣାର ଫଟୋ ଓ ଭିଡିଓକୁ ଲୋକମାନେ ସୋସିଆଲ ମିଡ଼ିଆରେ ଶେୟାର କରି ପ୍ରଶାସନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । କୃଷକ ଓ କନ୍ନଡ଼ ସଂଗଠନର ‘କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି’ ପକ୍ଷରୁ ବେଙ୍ଗାଲୁରୁ ବନ୍ଦ ଘୋଷଣାର ଏକ ଦିନ ପରେ ଏହି ସମସ୍ୟା ଦେଖିବାକୁ ମିଳିଛି ।

ଜାମ୍ କାରଣରୁ କମେଡ଼ିଆନ ଟ୍ରେଭର ନୋଆ ବେଙ୍ଗାଲୁରୁରେ ହେବାକୁ ଥିବା ନିଜର ଶୋ’କୁ ବାତିଲ କରିଥିଲେ । ଶୋ’ ହେବାକୁ ଥିବା ସ୍ଥାନରେ ପହଞ୍ଚିବାକୁ ତାଙ୍କୁ ୩୦ ମିନିଟରୁ ଅଧିକ ସମୟ ଲାଗିଥିଲା । ସେହିପରି କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାରେ ଲୋକମାନେ ୨-୩ ଘଣ୍ଟା ଧରି ଫଶି ରହିଥିଲେ । ସନ୍ଧ୍ୟା ୭.୩୦ ସୁଦ୍ଧା ରାସ୍ତାରେ ୩.୫୯ ଲକ୍ଷ ଯାନ ଯାତ୍ରା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ସମସ୍ୟାକୁ ନେଇ ବିଜେପି ସାଂସଦ ପିସି ମୋହନ ଟ୍ୱିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

पांच घंटे तक जाम रहा पूरा बेंगलुरु शहर. (Photo: Video Grab)

पांच घंटे तक जाम रहा पूरा बेंगलुरु शहर. (Photo: Video Grab)पांच घंटे तक जाम रहा पूरा बेंगलुरु शहर. (Photo: Video Grab)

Get real time updates directly on you device, subscribe now.