fbpx
BSKY
BJD MC SKY
BJD MS SKY

ଶେଷ ମୁହୂର୍ତ୍ତରେ ଛୁଟି ବାତିଲ କଲା ଆରବିଆଇ: ନୂଆ ନିର୍ଦ୍ଦେଶ ପରେ ‘ଇଦ’ରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶେଷ ମୁହୂର୍ତ୍ତରେ ଇଦ୍-ଇ-ମିଲାଦ ଛୁଟିରେ ପରିବର୍ତ୍ତନ କରିଛି । ପୂର୍ବରୁ ଏହି ବ୍ୟାଙ୍କ ଛୁଟି ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସହରରେ ୨୮ ଓ ୨୯ ସେପ୍ଟେମ୍ବରରେ ଛୁଟିଦିନ ହେବ ବୋଲି କୁହାଯାଉଥିଲା । ଦିଲ୍ଲୀ-ଏନସିଆରର ବ୍ୟାଙ୍କଗୁଡ଼ିକ ମଧ୍ୟ ୨୮ ସେପ୍ଟେମ୍ବରରେ ବ୍ୟାଙ୍କଗୁଡ଼ିକ ଛୁଟି ରହିଛି । କିନ୍ତୁ ବର୍ତ୍ତମାନ ଏହି ଛୁଟି ବାତିଲ କରାଯାଇଛି ଏବଂ ଏହି ଛୁଟି ୨୯ ସେପ୍ଟେମ୍ବରରେ ରହିବ । ଏ ସମ୍ପର୍କରେ ବୁଧବାର ଆରବିଆଇ ପକ୍ଷରୁ ଏକ ନୂତନ ଆଦେଶ ଜାରି କରାଯାଇଛି ଏବଂ ସେପ୍ଟେମ୍ବର ୨୮ ରେ ଇଦ୍-ଇ-ମିଲାଦର ଛୁଟି ବାତିଲ କରାଯାଇଛି ଏବଂ ସେପ୍ଟେମ୍ବର ୨୯ (ଶୁକ୍ରବାର) ରେ ଘୋଷଣା କରାଯାଇଛି ।

ମନି ମାକେର୍ଟ ଅପରେସନ୍ ଚାଲୁ :-

ବ୍ୟାଙ୍କ ଗ୍ରାହକ ଏବଂ କର୍ମଚାରୀଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ, ସେମାନଙ୍କର ଆଜିର ଛୁଟି ଆସନ୍ତାକାଲି ମିଳିବ । ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ୨୯ ସେପ୍ଟେମ୍ବରରେ ବ୍ୟାଙ୍କ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ତଥାପି GSec, Forex, Money, Rupee Interest Derivative Markets ଉଭୟ ୨୮ ଓ ୨୯ ସେପ୍ଟେମ୍ବରରେ ଖୋଲା ରହିବ । ତ୍ରୈମାସିକ ଏବଂ ୬ ମାସିକ କ୍ଲୋଜିଂକୁ ଧ୍ୟାନରେ ରଖି GSec, Forex, Money, Rupee Interest Derivative Markets ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ବ୍ୟାଙ୍କଗୁଡିକ କେଉଁଠାରେ ବନ୍ଦ ରହିବ?
୨୮ ସେପ୍ଟେମ୍ବରରେ ଅହମ୍ମଦାବାଦ, ଆଇଜୋଲ, ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଡେହରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, କାନପୁର, ଲଖନଉ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି ଇତ୍ୟାଦିରେ ଛୁଟି ରହିବ । କିନ୍ତୁ ମହାରାଷ୍ଟ୍ରରେ ଛୁଟି ୨୮ ତାରିଖ ପରିବର୍ତ୍ତେ ୨୯ ସେପ୍ଟେମ୍ବରରେ ହେବ । ୨୯ ରେ ଗାଙ୍ଗଟୋକ, ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ଛୁଟି ରହିବ । ବାସ୍ତବରେ ମହାରାଷ୍ଟ୍ର ସରକାର ଇଦ୍ ମିଲାଦ-ଅନ୍-ନାବିର ଛୁଟିଦିନକୁ ଗୋଟିଏ ଦିନରୁ ଆଗକୁ ବଢ଼ାଇ ୨୯ ସେପ୍ଟେମ୍ବର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଠାରେ ବିସର୍ଜନ ସମାରୋହ ଓ ମିଲାଦ-ଅନ୍-ନାବି ଅବସରରେ ଅନନ୍ତ ଚତୁର୍ଦ୍ଦଶୀର ଅଫିସିଆଲ ରାଜ୍ୟ ଛୁଟି ଗୋଟିଏ ଦିନରେ ପଡୁଛି ।

Get real time updates directly on you device, subscribe now.