fbpx

ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିନାହିଁ: ଭାରତର ସଫଳତାକୁ ମିଛ ବୋଲି କହିଲା ଚୀନ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ମିଶନ ଇତିହାସ ରଚିବା ପରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଥିଲା ପ୍ରଶଂସାର ସୁଅ । ନାସା ଠାରୁ ଆରମ୍ଭ କରି ୟୁରୋପୀୟ ମହାକାଶ ସଂସ୍ଥା ଏନେଇ ଭାରତକୁ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱର ପ୍ରଥମ ଦେଶ ଭାରେ ଭାରତର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିପାରିଥିଲା । ତେବେ ଭାରତର ଏତେବଡ଼ ସଫଳତାକୁ ବୋଧହୁଏ ଗ୍ରହଣ କରିପାରୁ ନାହିଁ ଚୀନ ।

ସୂଚନା ମୁତାବକ, ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ଚୀନ ଏକ ବଡ଼ ବୟାନ ଦେଇଛି । ସାରା ବିଶ୍ୱ ଭାରତରେ ପ୍ରଶଂସା କରୁଥିବା ବେଳେ ଚୀନ କିନ୍ତୁ ଏହା ଉପରେ ପ୍ରଶ୍ନ ଉଠାଇଛି । ଚୀନର ମୁନ ମିଶନ ପ୍ରୋଗ୍ରାମର ସଂସ୍ଥାପକ କହିଛନ୍ତି, ‘ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରାଇଥିବା ନେଇ ଭାରତ ଯେଉଁ ଦାବି କରୁଛି ତାହା ମିଛ । ଚନ୍ଦ୍ରଯାନ-୩ ଯେଉଁ ସ୍ଥାନରେ ଅବତରଣ କରିଥିଲା ତାହା ଦକ୍ଷିଣ ଧ୍ରୁବ କ୍ଷେତ୍ର ନୁହେଁ ।’

ଅଗଷ୍ଟ ମାସ ୨୩ ତାରିଖରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ଦେଶର ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ପ୍ରତିଭା ବଳରେ ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚି ପାରିଛି । ଏହା ପୂର୍ବରୁ ବିଶ୍ୱର କୌଣସି ଦେଶ ଏହି ସଫଳତା ପାଇନଥିଲେ । ସେହିପରି ମିଶନ ମିଶନ ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଇସ୍ରୋ) କହିଥିଲା ।

ଚୀନର ବୈଜ୍ଞାନିକ କହିଛନ୍ତି, ଚନ୍ଦ୍ରଯାନ-୩ ଦକ୍ଷିଣ ଧ୍ରୁବ କ୍ଷେତ୍ର ନିକଟରେ ନୁହେଁ, ଆକାର୍ଟିକ ଧ୍ରୁବୀୟ କ୍ଷେତ୍ର ନିକଟରେ ଅବତରଣ କରିଥିଲା । ଭାରତର ରୋଭର ପାଖାପାଖି ୬୯ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ଯେଉଁଠାରେ ଲ୍ୟାଣ୍ଡିଂ କରିଥିବା ତାହା ଦକ୍ଷିଣ ମେରୁ ନଥିଲା ବୋଲି ୟୁରୋପୀୟ ମହାକାଶ ସଂସ୍ଥା କହିଥିବା ବେଳେ ତାହା ଦକ୍ଷିଣ ଧ୍ରୁବ କ୍ଷେତ୍ର ଥିଲା ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.