fbpx
BSKY
BJD MC SKY
BJD MS SKY

ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ’ ସେଲ୍‌, ଏହି ୮ ଦିନ ପର୍ଯ୍ୟନ୍ତ ଆପଣ ବିଭିନ୍ନ ପ୍ରକାର ପ୍ରଡକ୍ଟ ବହୁତ କମ୍ ଦାମ୍‌ରେ କିଣିପାରିବେ

ନୂଆଦିଲ୍ଲୀ:ଆସିଗଲାଣି ପାର୍ବଣ ଋତୁ । ଆପଣ ଯଦି ଏହି ସମୟରେ ଅନଲାଇନ କମର୍ସିିଆଲ ସାଇଟ୍ ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ’ ସେଲ୍‌କୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ଲାଗି ଆସିଛି ଏକ ଖୁସି ଖବର । ଏବେ ଫ୍ଲିପକାର୍ଟ ଏହି ସେଲ୍‌ର ଡେଟ୍ ବିଷୟରେ ଘୋଷଣା କରିଦେଇଛି । ଅକ୍ଟୋବର ୮ରୁ ଆପଣଙ୍କୁ ଏହି ବିଗ୍ ବିଲିୟନ ଡେ’ ସେଲ୍‌ରେ କିଣିବାର ସୁଯୋଗ ମିଳିଯିବ । ୮ ଅକ୍ଟୋବରରୁ ଆରମ୍ଭ ହୋଇ ଏହା ୧୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଆପଣ ବିଭିନ୍ନ ପ୍ରକାର ପ୍ରଡକ୍ଟ ବହୁତ କମ୍ ଦାମ୍‌ରେ କିଣିପାରିବେ ।

୨୮ ସେପ୍ଟେମ୍ବର ସକାଳେ ଫ୍ଲିପକାର୍ଟ ଏହାର ବିଗ୍ ବିଲିୟନ ଡେ’ ସେଲ୍‌ର ତାରିଖ ବିଷୟରେ ଘୋଷଣା କରିଛି । ଏହା ପୂର୍ବରୁ କମ୍ପାନୀ କେତେକ ସାମଗ୍ରୀ ଲାଗି ସେଲ୍ ପ୍ରାଇସ୍ ଲାଇଭ୍ କରିଦେଇଛି ଓ ଗ୍ରାହକ ଡିସକାଉଣ୍ଟରେ ଏବେ ଏହି ସାମଗ୍ରୀ କିଣିପାରିବେ । ଗ୍ରାହକଙ୍କୁ ଆକର୍ଷଣୀୟ ଏକ୍ସଚେଞ୍ଜ ପ୍ରାଇସ୍ , ସୁପରକଏନ ସହିତ ଅତିରିକ୍ତ ଡିସକାଉଣ୍ଟର ଫାଇଦା ବି ମିଳିପାରିବ ।

ସେଲ୍ ଲାଗି ଫ୍ଲିପକାର୍ଟ ନିର୍ଦ୍ଧିଷ୍ଟ କେତେକ ବ୍ୟାଙ୍କ ସହିନ ପାର୍ଟନରସିପ କରିଛି । ଏହି ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଉପଯୋଗ କରିବା ଦ୍ୱାରା ଗ୍ରାହକଙ୍‌କୁ ଅତିରିକ୍ତ ରିହାତି ମିଳିବ । ଏହି ଲିଷ୍ଟରେ ଅଛନ୍ତି ଆଇସିଆଇସିଆଇ, ଆକ୍ସିସ୍ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ । ଯେଉଁମାନେ ପେଟିମ୍ ୱାଲେଟରେ ପେମେଣ୍ଟ କରିବେ ସେମାନଙ୍କୁ ବି ବିଶେଷ ରିହାତି ମିଳିବ ।

୧ ଅକ୍ଟୋବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଗ୍ରାହକଙ୍କୁ ଲୋଏଷ୍ଟ ପ୍ରାଇସ୍ ଲକ୍ ପାସ୍ ସହିତ ନିଜର ପସନ୍ଦଯୋଗ୍ୟ ସାମଗ୍ରୀ ଲକ୍ କରିବାର ବିକଳ୍ପ ପ୍ରଦାନ କରାଯିବ । ଏହାଦ୍ୱାରା ସେଲ୍ ଆରମ୍ଭ ହେବା ପରେ ଗ୍ରାହକଙ୍କୁ କମ୍ ଦାମ୍‌ରେ ତାଙ୍କ ସାମଗ୍ରୀ ମିଳିଯିବ ଆଉ ଷ୍ଟକ ସରିଯିବାର ଭୟ ବି ରହିବ ନାହିଁ ।

Get real time updates directly on you device, subscribe now.