fbpx

୨୨ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ମେ’ ୨୫ ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏଥର ବିଜେପିର ଫୋକସରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଗୃହମନ୍ତ୍ରୀ ଯୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ଆସିଥିବାବେଳେ ଆସନ୍ତା ୨୨ ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ ।

ବିଜେପି ନେତା ଅରୁଣ ଗୋଭିଲ ୨୨ ରେ ୪ ଟି ସଭାରେ ଯୋଗଦେବେ ଅରୁଣ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ । ସେପଟେ ୨୩ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ନଡ୍ଡାଙ୍କ ସଭା ଚିଲିକା ଏବଂ ସାଲେପୁର କୁଳିଆରେ ସଭା କରିବେ ଯୋଗୀ ଆଦିତ୍ୟନାଥ ।

Get real time updates directly on you device, subscribe now.