fbpx

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି, ଆସନ୍ତାକାଲିଠାରୁ ଜୁନ୍‍ ୧୭ ଯାଏ ବନ୍ଦ ରହିବ କୋର୍ଟ

Advertisement

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍‍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ଚଳିତମାସ ୨୩, ୨୮, ୩୦ ତାରିଖ ଏବଂ ଜୁନ୍‍ ମାସ ୪, ୬, ୧୧ ଏବଂ ୧୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଜରୁରୀ ମାମଲା ଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.