fbpx

ମୋ ଚ୍ୟାନେଲକୁ Subscribe କରନ୍ତୁ, ବେଲ ଆଇକନ ମଧ୍ୟ କ୍ଲିକ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତରେ ଏବେ କଟେଣ୍ଟ କ୍ରିଏଟରଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଏବଂ ତାଙ୍କର ଚ୍ୟାନେଲକୁ ବହୁ ଲୋକ ସସ୍କ୍ରାଇବ କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ YouTube Fanfest India 2023 କୁ ନିଜ ଚ୍ୟାନେଲ ମାଧ୍ୟମରେ ସମ୍ଭୋଧିତ କଲେ । ପ୍ରଧାନମନ୍ତ୍ରୀ ଏହା ଦ୍ୱାରା ଲୋକଙ୍କ ସାଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଚ୍ୟାନେଲକୁ Subscribe କରନ୍ତୁ ଏବଂ ବେଲ ଆଇକନ ଉପରେ କ୍ଲିକ କରନ୍ତୁ ।

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦି କ’ଣ କ’ ଣ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ YouTube Fanfest India 2023 କୁ ସମ୍ବୋଧିତ କରି କହିଥିଲେ ମୁଁ ନିଜେ ଜଣେ ୟୁଟ୍ୟୁବର । ସେ କହିଥିଲେ ସେ ନିଜେ ୧୫ ବର୍ଷ ହେବୟୁଟ୍ୟୁବ ଦ୍ୱାରା ଲୋକମାନଙ୍କ ସହିତ ଯୋଡି ହୋଇ ରହିଛନ୍ତି । ଏହା ଛଡା ପ୍ରଧାନମନ୍ତ୍ରୀ କହିଥିଲେ ତାଙ୍କୁ ବହୁ ଲୋକ Subscribe କରିଛନ୍ତି । ସେ କହିଛନ୍ତି ୟୁଟ୍ୟୁବ ଗୋଟିଏ ବଡ ପ୍ଲାଟଫର୍ମ ଏହା ମାଧ୍ୟମରେ ଦେଶର ବିକାଶ ହୋଇପାରିବ । ବର୍ତ୍ତମାନ ୟୁଟ୍ୟୁବରେ ୫୦୦୦ କ୍ରିଏଟର ଅଛନ୍ତି ଯେଉଁମାନେ ଫୁଡ ବ୍ଲଗିଙ୍ଗ,ଗେମିଙ୍ଗ, ଏଜୁକେସନ, ଟେକନେଲୋଜି ସହିତ ଜଡିତ ଅଛନ୍ତି । ଏହି କ୍ରିଏଟର ଲୋକମାନଙ୍କ ଉପରେ ବହୁ ପ୍ରକାର ପ୍ରଭାବ ପକାଉଛନ୍ତି ।

ପ୍ରଧାନମନ୍ତ୍ରୀ କ୍ରିଏଟର ମାନଙ୍କୁ କହିଛନ୍ତି ସେ ତାଙ୍କ କଟେଣ୍ଟ ମାଧ୍ୟମରେ ଦେଶ ସେବା କରିପାରିବେ । ଅନେକ ଟେକନିକାଲ ଜ୍ଞାନ ଲୋକମାନଙ୍କୁ ଦେଇ ପାରିବେ । ଏହା ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଜର ମାନଙ୍କୁ ତାଙ୍କ ଚ୍ୟାନେଲକୁ  Subscribe କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି “ ମୋ ଚ୍ୟାନେଲକୁ Subscribe କରନ୍ତୁ ଏବଂ ବେଲ ଆଇକନ ଉପରେ କ୍ଲିକ କରନ୍ତୁ ଯାହା ଫଳରେ ଆପଣଙ୍କୁ ଅପଡେଟ ମିଳିବ ।” ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧୮ ମିଲିୟନ Subscribe  ଅଛନ୍ତି ।

Get real time updates directly on you device, subscribe now.