(Video) ସିଏନଜି ଗ୍ୟାସକୁ ଭରିବାକୁ ନେଇ ପ୍ରଥମେ ପାଟିତୁଣ୍ଡ ପରେ ହାତାହାତି

ନୋଟଡା : ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ ଭରିବାକୁ ନେଇ ହୋଇଥିଲା ଯୁକ୍ତି । ଏହା ପରେ ଯୁକ୍ତି ଏତେ ପରିମାଣର ବଢିଥିଲା ଯାହା ପରେ ଦୁଇ ଜଣଙ୍କ ମଧ୍ୟରେ ହାତା ହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୁବକ ଜଣଙ୍କ ବ୍ୟକ୍ତିଙ୍କୁ ଜୋରରେ ପିଟିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ଆହତ ହୋଇଥିଲେ । ଏହା ପରେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପଠାଯାଇଥିଲା । ପିଡିତ ହୋଇଥିବା ବ୍ୟକ୍ତି ଜଣଙ୍କ ପୋଲିସରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସେକ୍ଟର-୫୧ ସ୍ଥିତ ସିଏନଜି ପମ୍ପରେ ଗ୍ୟାସ ଭରିବାକୁ ନେଇ ଦୁଇ ପକ୍ଷରେ ମାରପିଟ ହୋଇଛି ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଏହି ମାମଲାରେ ପିଡିତ ହୋଇଥିବା ବ୍ୟକ୍ତି କେତବାଲିଙ୍କ ନାଁରେ ସେକ୍ଟର- ୪୯ରେ ମାମଲା ରୁଜୁ କରାଯାଇଛି, ଏବଂ ୩ ରୁ ୪ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ୨ ଟି ଗାଡି ଆସି ସିଏନଜି ପମ୍ପରେ ଠିଆ ହୋଇଥିଲେ । ସିଏନଜି ଭରିବାରେ ବିଳମ୍ବ ହେବାରୁ ଦୁଇଜଣଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ଏହା ପରେ ଘଟଣା ମାରପିଟରେ ପହଞ୍ଚି ଥିଲା । ଏଥିରେ ପିଡିତ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ନିରଜ ଭାର୍ଗବ । ନିରଜ କହିଛନ୍ତି ଠେଲାପେଲାରେ ତାଙ୍କୁ ଆଘାତ ହୋଇଛି । ପିଡିତ ବ୍ୟକ୍ତି ଜଣଙ୍କ ସେକ୍ଟର -୭୯ରେ ବସବାସ କରନ୍ତି । ସିସିଟିଭିରେ ଦେଖିବାକୁ ମିଳିଛି ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିରଜଙ୍କ ସହିତ କଥା ହୋଇଥିଲେ । ଏହା ପରେ ତାଙ୍କ ଉପରେ ଆକ୍ରମଣ କରିଥିଲେ , ଭିଡିଓରେ ଦେଖିବାକୁ ମିଳିଛି ସେହି ଆକ୍ରମଣକାରୀ ଲୋକମାନେ ବ୍ୟକ୍ତିଙ୍କୁ ଉଠାଇ କଚାଡିଥିଲେ । ଏହି ଘଟଣା ପରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ କାରରେ ବସି ଫେରାର ହୋଇଥିଲେ । ତେବେ ପୋଲିସ କହିଛି ଅପରାଧିଙ୍କୁ ଖୁବସିଘ୍ର ଧରାଯିବ । ସେମାନେ କାରରେ ଫେରାର ହୋଇଥିବାରୁ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହୋଇପାରେ ।