fbpx
BSKY SKY
BSKY SKY

ପୂର୍ବତନ ମନ୍ତ୍ରୀ ତଥା ସାତ ଥରର ବିଧାୟକ ବିଜେପିରେ ସାମିଲ

BSKY

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ କିଛି ନେତା ଦଳ ପରିବର୍ତ୍ତନ କରୁଥିବା ଦେଖାଯାଉଛି ।

ସୂଚନା ମୁତାବକ, ରାଜସ୍ଥାନରେ ଜଣେ ପୂର୍ବତନ ମନ୍ତ୍ରୀ ତଥା ୭ ଥରର ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାରରେ ମନ୍ତ୍ରୀ ରହିଥିବା ତଥା କୋଲାୟତ ଆସନରୁ ୭ ଥର ବିଧାୟକ ରହିଥିବା ଦେବୀ ସିଂହ ଭାଟି ପଦ୍ମ ଧରିଛନ୍ତି । ଏହି ଅବସରରେ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଓ ପ୍ରଦେଶ ଅଧ୍ୟକ୍ଷ ସିପି ଜୋଶୀ ଶ୍ରୀ ଭାଟିଙ୍କୁ ଦଳରେ ସ୍ୱାଗତ କରିଥିଲେ ।

ଜୟପୁର ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଭାଟି ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଦେଶ ପ୍ରଭାରୀ ଅରୁଣ ସିଂହ, ରାଜେନ୍ଦ୍ର ରାଠୋର, ଜଏନିଂ କମିଟି ସଦସ୍ୟ ବାସୁଦେବ ଦେବନାନି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୫ ବର୍ଷ ପରେ ବିଜେପିକୁ ଫେରିବା ପରେ ସେ ଗୌରବାନ୍ୱିତ ଅନୁଭବ କରୁଥିବା ଶ୍ରୀ ଭାଟି ସଦସ୍ୟତା ଗ୍ରହଣ କରିବା ପରେ କହିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ପଦ୍ମ ଫୁଟିବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ବିକାନେର ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଟିକେଟ ଦିଆଯିବାରୁ ଅସନ୍ତୋଷ ପ୍ରକାଶ କରି ଶ୍ରୀ ଭାଟି ଦଳରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.