fbpx

ଜିଓ ଘୋଷଣା କଲା ଏହାର ସବୁଠାରୁ ଶସ୍ତା ପ୍ଲାନ, ପୁରା ୧ ବର୍ଷର ଭାଲିଡିଟି ସହ ମିଳିବ ୨୪ ଜିବି ଡାଟା

ଜିଓ ବିଭିନ୍ନ ସମୟରେ ଏହାର ଗ୍ରାହକଙ୍କୁ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ଅପ୍ସନ ଦେଇଥାଏ । କମ୍ପାନୀ ଶସ୍ତା ଓ ମହଙ୍ଗା ବିଭିନ୍ନ ରିଚାର୍ଜ ପ୍ଲାନ ପ୍ରଦାନ କରିଥାଏ । ଏହି ତାଲିକାରେ କମ୍ପାନୀର କିଛି ଭାଲ୍ୟୁ ଫର୍ ମନି ପ୍ଲାନ ବି ରହିଛି । ଏହି ପ୍ଲାନକୁ କମ୍ପାନୀ ନିଜର ଅଫିସିଆଲ ୱେବସାଇଟରେ ପରିପ୍ରକାଶ କରିଥାଏ । ଭ୍ୟାଲୁ ସେକ୍ସନକୁ ଯାଇ ଆପଣ ଏହି ପ୍ଲାନକୁ ଚେକ୍ କରିପାରିବେ । କମ୍ପାନୀ କିଛି ବାର୍ଷିକ ପ୍ଲାନ ବି ଅଫର କରିଥାଏ । ଏଥିରେ ୩୩୬ ଦିନ ଠାରୁ ଆରମ୍ଭ କରି ୩୬୫ ଦିନର ଭାଲିଡିଟି ପ୍ଲାନ ବି ରହିଛି । ଏହି ଲିଷ୍ଟରେ ସବୁଠାରୁ ଶସ୍ତା ପ୍ଲାନ ବିଷୟରେ ଏଠାରେ ସୂଚନା ଦିଆଗଲା ।

ଏହି ପ୍ଲାନରେ ଆପଣଙ୍କୁ ଡାଟା, କଲିଂ ଓ ଅନ୍ୟାନ୍ୟ ସୁବିଧା ସହିତ ୧୧ ମାସର ଭାଲିଡିଟି ବି ମିଳିବ । ଏହି ସୁବିଧା ଆପଣ ଜିଓର ୧୫୫୯ ଟଙ୍କାର ରିଚାର୍ଜ ପ୍ଲାନରେ ପାଇପାରିବେ । ଏଥିରେ ୟୁଜର୍ସଙ୍କୁୁ ୩୩୬ ଦିନର ଭାଲିଡିଟି ମିଳିବ ଅର୍ଥାତ୍ ଏହା ୧୧ ମାସ ପର୍ଯ୍ୟନ୍ତ ଭାଲିଡ୍ ରହିବ । ଏହା ବ୍ୟତିତ ୟୁଜର୍ସଙ୍କୁ ପୁରା ୨୪ଜିବି ଡାଟା ମିଳିବ । ୟୁଜର୍ସ ଅନଲିମିଟେଡ୍ ଭଏସ୍ କଲ୍ କରିପାରିବେ । ଏହା ସହିତ ୩୬୦୦ ଏସଏମଏସ ମଧ୍ୟ ମିଳିବ । ୟୁଜର୍ସଙ୍କୁ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ ସୁବିଧା ବି ମିଳିବ ।

Get real time updates directly on you device, subscribe now.