fbpx
BJD
BJD SKY
BJD SKY

WWEରେ ବି ODI WCର ନିଶା: କ୍ରିକେଟ ବିଶ୍ୱକପ୍ ଜର୍ସି ପିନ୍ଧି ରିଙ୍ଗକୁ ଏଣ୍ଟ୍ରି କଲେ ସୁପରଷ୍ଟାର

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ତେବେ ଏହାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଥିବା ବେଳେ WWEରେ ମଧ୍ୟ ଏହାର ଜଲୱା ଦେଖିବାକୁ ମିଳିଛି । ଡବ୍ଲୁଡବ୍ଲୁଇର ସୁପରଷ୍ଟାର ଡ୍ର୍ୟୁ ମ୍ୟାକଇଣ୍ଟାୟର ବିଶ୍ୱକପକୁ ନେଇ ଖୁବ ଆଗ୍ରହୀ ଥିବା ଅନୁମାନ କରାଯାଉଛି । କାରଣ ଭାରତର ଦିନିକିଆ ବିଶ୍ୱକପ ଜର୍ସି ପିନ୍ଧି ସେ WWE ରିଙ୍ଗ ଭିତରକୁ ଏଣ୍ଟ୍ରି କରିଛନ୍ତି । ହାସହିତ ବିଶ୍ୱକପ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ସେ ସମର୍ଥନ କରିଛନ୍ତି ।

WWEର ଏକ ଇଭେଣ୍ଟରେ ମ୍ୟାକଇଣ୍ଟାୟର ଭାରତୀୟ କ୍ରିକେଟ ଟିମ୍ ର ବିଶ୍ୱକପ-୨୦୨୩ ଜର୍ସି ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବରୁ ମଧ୍ୟ ଭାରତୀୟ ଦଳକୁ ଏଭଳି ସମର୍ଥନ ଜଣାଇଛନ୍ତି WWE ଫାଇଟର । ନିକଟ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ WWE ଫାଇଟର ଜନ୍ ସିନା ଭାରତ ପ୍ରତି ସମର୍ଥନ ଜଣାଇଥିଲେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତର ତ୍ରିରଙ୍ଗା ପତାକା ପୋଷ୍ଟ କରିଥିଲେ ।

ତେବେ WWEର ଏହି ସୁପରଷ୍ଟାର ମ୍ୟାକଇଣ୍ଟାୟାର ୨୦୦୧ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପିଲାବେଳରୁ ତାଙ୍କର ରେସଲର ହେବାରେ ଇଚ୍ଛା ଥିଲା ଏବଂ ଏଥିପାଇଁ ପିତା-ମାତା ମଧ୍ୟ ସମର୍ଥନ କରିଥିଲେ । ପାଠପଢ଼ା ପରେ ୨୦୦୭ ସେ ପ୍ରଥମ ଥର ପାଇଁ WWEରେ ନଜର ଆସିଥିଲେ ।

Get real time updates directly on you device, subscribe now.