fbpx

ସପ୍ତାହ ମଧ୍ୟରେ ଘରକୁ ଆସିବ ପାସପୋର୍ଟ : ଜାଣିନିଅନ୍ତୁ ଏହି ସ୍ମାର୍ଟ ଉପାୟ

ନୂଆଦିଲ୍ଲୀ : ଯଦି ଆପଣ ଭାରତରୁ ବାହାରକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି, କିନ୍ତୁ ବୁଝି ପାରୁନାହାନ୍ତି ପାଇପୋର୍ଟ କିପରି ବନାଇବେ ତେବେ ଏହି ସୂଚନା ଆପଣଙ୍କ ପାଇଁ ଅଟେ । ପାସପୋର୍ଟ ଆପ୍ଲାଏ କରିବା ପାଇଁ ଆପଣଙ୍କୁ ବାହାରକୁ ଯିବା ରେକାର ହିଁ ନାହିଁ, ଆପଣ ଘରେ ବସି ମଧ୍ୟ ଆପ୍ଲାଏ କରି ପାରିବେ । ଏଠାରେ ଆମେ ଆପଣଙ୍କୁ କହିବୁ କିଭଳି ଅନଲାଇନରେ ଆପଣ ପାସପୋର୍ଟ ଆବେଦନ କରିପାରିବେ । ଅନଲାଇନରେ ଆପ୍ଲାଏ କରିବା ଦ୍ୱାର ପାସପୋର୍ଟ ଶୀଘ୍ର ତିଆରି ହୋଇଯାଏ ।

ଏଭଳି କରନ୍ତୁ ଅନଲାଇନରେ ଆପ୍ଲାଏ :
୧. ଅନଲାଇନରେ ପାସପୋର୍ଟ ଆପ୍ଲାଏ କରିବା ପାଇଁ ପ୍ରଥମେ ପାସପୋର୍ଟ ସେବା ୱେବସାଡକୁ ଯାଆନ୍ତୁ । ଏହା ପରେ ରେଜିଷ୍ଟର କରନ୍ତୁ ।
୨. ଯଦି ଆଗରୁ ଆକାଉଣ୍ଟ ତିଆରି ହୋଇଯାଇଛି, ତେବେ ଏହି ୱେବସାଡରେ କେବଳ ଲଗ ଇନ କରନ୍ତୁ ।
୩. ଏହା କରିବା ପରେ ଆପ୍ଲାଏ ଫର ପାସପୋର୍ଟ/Re-issue ଅଫ ପାସପୋର୍ଟର ଅପସନ ଉପରେ କ୍ଲିକ କରନ୍ତୁ ।
୪. ଏବେ ଏକ ଆପ୍ଲିକେସନ ଫର୍ମ ଦିଆଯିବ, ସେଠାରେ ସମ୍ପୂର୍ଣ୍ଣ ବିବରଣୀ ଭରି ଦିଅନ୍ତୁ ଏବଂ ସବମିଟ ଅପସନ ଉପରେ କ୍ଲିକ କରନ୍ତୁ ।
୫. ଏହାପରେ ଆପଣ ହୋଇମପେଜକୁ ଯାଇ View Saved/Submitted Applications ଉପରେ କ୍ଲିକ କରି ଦେଖି ପାରିବେ ଯେ, ଆପଣ ଆପ୍ଲିକେସ୍ନ ଫର୍ମରେ କ’ଣ କ’ଣ ପୂରଣ କରିଛନ୍ତି ।
୬. ପରେ ପେ ଏଣ୍ଡ ଶେଡ୍ୟୁଲ ଆପଇଣ୍ଟମେଣ୍ଟ ଏପରେ କ୍ଲିକ କରନ୍ତୁ । ଏହା କରି ଆପଣ ପାସପୋର୍ଟ ସେବା କେନ୍ଦ୍ରର ଆପଇଣ୍ଟମେଣ୍ଟ ବୁକ କରି ପାରିବେ ।
୭. ଏବେ ପେମେଣ୍ଟ ଅପସନ ସିଲେକ୍ଟ କରନ୍ତୁ ଏବଂ ପେମେଣ୍ଟ କରି ପ୍ରୋସିଡ କରନ୍ତୁ ।
୮. ଏହାପରେ ପ୍ରିଣ୍ଟ ଆପ୍ଲିକେସନ ରିସିପ୍ଟ ପର କ୍ଲିକ କରି ତାହାକୁ ଡାଉନଲୋଡ କରନ୍ତୁ ।
୯. ଆପଣଙ୍କୁ ଯେଉଁ ଦିନ ଆପଇଣ୍ଟମେଣ୍ଟ ମିଳିବା ପରେ ସେହି ଦିନ ପାସପୋର୍ଟ ସେବା କେନ୍ଦ୍ର ଯିବା ସମୟରେ ସମସ୍ତ ଓରିଜିନାଲ ଡକ୍ୟୁମେଣ୍ଟ ନେଇ ଯାଆନ୍ତୁ ।

କେତେ ଦିନରେ ଆସିବ ପାସପୋର୍ଟ :

ସାଧାରଣତଃ ପାସପୋର୍ଟ ଆସିବାରେ ୩୦ରୁ ୪୫ ଦିନ ଲାଗିଯାଏ, କିନ୍ତୁ ଯଦି ଆପଣ ଅନଲାଇନରେ ପାସପୋର୍ଟର ଆପ୍ଲିକେସନ ଫର୍ମ ପୂରଣ କରନ୍ତି ତେବେ ମାତ୍ର ୭ ରୁ ୧୪ ଦିନ ଲାଗିବ । ଅର୍ଥାତ ୭ ରୁ ୧୭ ଦିନ ମଧ୍ୟରେ ଆପଣଙ୍କ ପାସପୋର୍ଟ ଘରକୁ ଆସିଯିବ ।

Get real time updates directly on you device, subscribe now.