fbpx

ଆଜି ଜାତିରପିତା ମହତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ: ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେପକାଇଲେ ମୋଦୀ, ଟ୍ୱିଟରରେ କହିଲେ ଏପରି

ନୂଆଦିଲ୍ଲୀ: ସୋମବାର (୨ ଅକ୍ଟୋବର) ଦେଶରେ ଗାନ୍ଧୀ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ନେତାଙ୍କୁ ସ୍ମରଣ କରିଛନ୍ତି । ଦିଲ୍ଲୀ ରାଜଘାଟରେ ମହତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଦେଶର ବିକାଶ ତଥା କଲ୍ୟାଣ ପାଇଁ କିପରି କାର୍ଯ୍ୟ କରିଥିଲେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜୀବନରେ ଗାନ୍ଧିଜୀଙ୍କ ଶିକ୍ଷା ଗ୍ରହଣ କରିବା ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବା ବିଷୟରେ ମଧ୍ୟ କହିଛନ୍ତି । ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ୨ ଅକ୍ଟୋବର ୧୯୦୪ ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛନ୍ତି ଯେ, ‘ଗାନ୍ଧୀ ଜୟନ୍ତୀର ଏହି ବିଶେଷ ଉତ୍ସବରେ ମୁଁ ମହାତ୍ମା ଗାନ୍ଧୀଙ୍କ ଆଗରେ ମୁଣ୍ଡ ନୁଆଁଇଛି । ତାଙ୍କର କାଳଜୟୀ ଶିକ୍ଷା ସବୁବେଳେ ଆମ ପଥକୁ ଆଲୋକିତ କରିଆସୁଛି । ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ସମଗ୍ର ମାନବ ଜାତିକୁ ଏକତା ଏବଂ କରୁଣାର ଆତ୍ମା ଅନୁସରଣ କରିବାକୁ ପ୍ରେରଣା ଯୋଗାଇଥାଏ । ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ସର୍ବଦା କାର୍ଯ୍ୟ କରିବା । ତାଙ୍କର ଚିନ୍ତାଧାରା ପ୍ରତ୍ୟେକ ଯୁବକଙ୍କୁ ସେ ସ୍ୱପ୍ନରେ ଦେଖୁଥିବା ପରିବର୍ତ୍ତନର ବାହକ ହେବାକୁ ସକ୍ଷମ କର, ଯାହାଦ୍ୱାରା ଏକତା ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ ମିଳିବ ।’

ସେହିପରି ଆମ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଲାଲ୍‍ବାହାଦୁର ଶାସ୍ତ୍ରୀ ତାଙ୍କ ଦୃଢ଼ ନେତୃତ୍ୱ ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗାନ୍ଧିଜୟନ୍ତୀ ଅବସରରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାତଫେରୀ କାର୍ଯ୍ୟକ୍ରମ କରାଯାଇଛି । ସକାଳ ସାଢ଼େ ୯ଟା ସମୟରେ ବିଧାନସଭା ପରିସରସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.