fbpx

Today’s gold rate : ଅକ୍ଟୋବର ଆରମ୍ଭରୁ କମିଲା ସୁନା ଓ ରୁପାର ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ମୂଲ୍ୟ

ଭୁବନେଶ୍ୱର : ପାର୍ବଣ ଋତୁରେ ଗ୍ରଅହକଙ୍କ ପାଇଁ ଆସିଛି ଖୁସି ଖବର! ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ କିଣିବାକୁ ଯଦି ଇଚ୍ଛା କରିଛନ୍ତି, ତୁରନ୍ତ ଯାଇ କିଣି ଆଣନ୍ତୁ । ଆଜି ଭାରତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨,୮୭୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୭୨୦ ଟଙ୍କା ହୋଇଛି ।

ସେହିପରି ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନାର ମୂଲ୍ୟ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୮,୨୦୦ ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟ ହ୍ରାସ ପାଇଛି । ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ଓ ୫୮,୨୦୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୩,୫୦୦ ଟଙ୍କା ଓ ୫୮,୩୫୦ ଟଙ୍କା ରହିଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ମୂଲ୍ୟ ଯଥାକ୍ରମେ ୫୩,୩୫୦ ଟଙ୍କା ଓ ୫୮,୨୦୦ ଟଙ୍କା ରହିଛି । ସେହିଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ଏହାର ଦାମ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୪୭,୯୨୭ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ କରାଯାଇଛି । ସୁନା ସହିତ ରୁପାର ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି । ଭାରତୀୟ ବଜାରରେ ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୫୦୦ ଟଙ୍କା ରହିଛି ବୋଲି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.