fbpx

ବିହାର ରାଜ୍ୟର ଜାତିଗତ ସର୍ଭେ ରିପୋର୍ଟକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ; ‘ଜନସଂଖ୍ୟା ଯେତେ ଅଧିକ, ଅଧିକାର ସେତେ ଅଧିକ’

ପାଟନା: ଆଜି ନୀତୀଶ ସରକାରଙ୍କ ପକ୍ଷରୁ ବିହାର ରାଜ୍ୟରେ ଜାତିଗତ ସର୍ଭେକୁ ନେଇ ରିପୋର୍ଟ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟକୁ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ, ବିହାରରେ ରାଜପୁତଙ୍କ ଜନସଂଖ୍ୟା ୩.୪୫% ଥିବା ବେଳେ ଯାଦବ ୧୪%, ଭୂମିହାର ୨.୮୬% ରହିଛନ୍ତି । ସେହିପରି ବ୍ରାହ୍ମଣ ୩.୬୫% ଏବଂ ନୌନିୟା ସମ୍ପଦାୟର ଜନସଂଖ୍ୟା ୧.୯% ରହିଛି ।

ତେବେ ଏହି ସର୍ଭେ ରିପୋର୍ଟକୁ ନେଇ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ରଖିଛନ୍ତି। ରାହୁଲ କହିଛନ୍ତି ଯେ, ବିହାରର ଜନଗଣନା ଅନୁଯାୟୀ ଓବିସି + ଏସସି + ଏସଟି ସେଠାରେ ୮୪% ରହିଛି। କେନ୍ଦ୍ର ସରକାରଙ୍କ ୯୦ ଜଣ ସଚିବଙ୍କ ମଧ୍ୟରୁ କେବଳ ୩ ଜଣ ହେଉଛନ୍ତି ଓବିସି, ଯେଉଁମାନେ ଭାରତର ବଜେଟର ମାତ୍ର ୫% ପରିଚାଳନା କରୁଛନ୍ତି! ତେଣୁ ଭାରତର ଜାତି ପରିସଂଖ୍ୟାନ ଜାଣିବା ଜରୁରୀ ଅଟେ। ଜନସଂଖ୍ୟା ଯେତେ ଅଧିକ, ଅଧିକାର ସେତେ ଅଧିକ – ଏହା ଆମର ପ୍ରତିଶ୍ରୁତି।

ସୂଚନା ଥାଉକି, ଜାତିଗତ ସର୍ଭେ ରିପୋର୍ଟ ଅନୁସାରେ, ବିହାର ରାଜ୍ୟରେ ପଛୁଆ ବର୍ଗର ୨୭.୧୩%, ଅତି ପଛୁଆ ବର୍ଗର ଜନସଂଖ୍ୟା ୩୬.୦୧% ଏବଂ ଅନ୍ୟ ପଛୁଆ ବର୍ଗ ୧୫.୫୨% ଲୋକ ବସବାସ କରୁଛନ୍ତି । ସେହିପରି ବିହାରର ମୋଟ ଜନସଂଖ୍ୟା ୧୩,୦୭,୨୫,୩୧୦ ଥିବା ବେଳେ ପଛୁଆ ବର୍ଗର ଜନସଂଖ୍ୟା ରହିଛି ୩,୫୪,୬୩,୯୩୬ ରହିଛି । ଏହାବ୍ୟତୀତ ଅନ୍ୟ ପଛୁଆ ବର୍ଗ ଜନସଂଖ୍ୟା ୪,୭୦,୮୦,୫୧. ଅନୁସୂଚିତ ଜାତି ୨,୫୬,୮୯,୮୨. ଅନୁସୂଚିତ ଜନଜାତିରେ ୨୧,୯୯,୩୬୧ ଲୋକ ଏବଂ ୨,୦୨,୯୧,୬୭୯ ଲୋକ ଅନାରକ୍ଷିତ ଜନସଂଖ୍ୟା ରିପୋର୍ଟରେ ପ୍ରକାଶ ପାଇଛି । ବିହାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ବିହାରରେ ୮୨% ହିନ୍ଦୁ ବସବାସ କରୁଥିବା ବେଳେ ମୁସଲିମ ସମ୍ପ୍ରଦାୟରେ ୧୭.୭%, ଇସାଇ ସମ୍ପ୍ରଦାୟର .୦୫%, ବୌଦ୍ଧ ଧର୍ମର .୦୮% ଲୋକ ରହିଛନ୍ତି ଏବଂ .୦୦୧୬% କୌଣସି ସମ୍ପ୍ରଦାୟର ହୋଇ ନଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.