fbpx
BSKY
BJD YOUTH SKY
BJD MS SKY

ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଥରି ଉଠିଲା ୟୁକ୍ରେନ, ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କହିଲେ ୟୁକ୍ରେନ୍‌ ଅଧିକାରୀ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ ୟୁକ୍ରେନ୍‌ ପୂର୍ବଭାଗରେ ଥିବା କୁପିଆନ୍‌ସ୍କ ସହର ନିକଟ ଏକ ଗାଁ’ରେ ୫୧ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ସାଧାରଣ ଲୋକଙ୍କ ବିରୋଧରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି ୟୁକ୍ରେନ୍‌ ଅଧିକାରୀ କହିଛନ୍ତି। ଖର୍ପିଭ୍‌ ଅଞ୍ଚଳର ହ୍ରୋଜାରେ ଥିବା ଏକ କେଫ୍‌ ଓ ଏକ ଦୋକାନ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ବୋଲି ୟୁକ୍ରେନ୍‌ ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେଙ୍କୋ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷିଆ । ୟୁକ୍ରେନ ଅପେକ୍ଷା ରୁଷିଆର ପଲ୍ଲା ଭାରି ରହିଥିବା ବେଳେ ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ । ଏହି ଆକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଥିବା ବେଳେ ଉଭୟ ଦେଶ ମଧ୍ୟରେ କୌଣସି ସମାଧାନର ବାଟ ଫିଟୁନାହିଁ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ତେବେ ରୁଷିଆର ଆକ୍ରମଣ ରୂପ ଦେଖିଲେ ଲାଗୁଛି ଯେ, ବୋଧ ହୁଏ ୟୁକ୍ରେନ ଦେଶ ଖୁବଶୀଘ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ୟୁକ୍ରେନ ଅପେକ୍ଷା ରୁଷର ପଲ୍ଲା ଭାରି ରହିଥିବା ବେଳେ ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷ ।

Get real time updates directly on you device, subscribe now.