fbpx
BSKY SKY
BSKY SKY

ପିଏମ ମୋଦୀଙ୍କ ଏହି ଯୋଜନା ଉପରେ RBIର ବଡ ଘୋଷଣା: ଆଉ ଦୁଇ ବର୍ଷ ପାଇଁ ମିଳିବ ଫାଇଦା

BSKY

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏମପିସିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଅନେକ ଘୋଷଣା କରାଯାଇଛି । ଯେଉଁଥିରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଶୁକ୍ରବାର ଦିନ କହିଛନ୍ତି ଯେ, ପିଏମ ବିଶ୍ୱକର୍ମାକୁ ପେମେଣ୍ଟ ଭିତ୍ତିଭୂମି ବିକାଶ ପାଣ୍ଠି ଯୋଜନା ଅଧୀନରେ ସାମିଲ କରାଯିବ । ଏହା ବ୍ୟତୀତ ଏହି ପିଆଇଡିଏଫ୍ ଯୋଜନାକୁ ଦୁଇ ବର୍ଷ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ମୁଦ୍ରା ନୀତି ଘୋଷଣା କରି ଗଭର୍ଣ୍ଣର କହିଛନ୍ତି ଯେ, ବର୍ତ୍ତମାନ ପିଆଇଡିଏଫ୍ ଯୋଜନାକୁ ଦୁଇ ବର୍ଷ ପାଇଁ ଅର୍ଥାତ୍ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏହି ଯୋଜନା ଜାନୁଆରୀ ୨୦୨୧ ରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ ଅଳ୍ପ ଜନବହୁଳ ସହରାଞ୍ଚଳରେ, ଉତ୍ତର ପୂର୍ବ ରାଜ୍ୟ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖ ପରି କେନ୍ଦ୍ର ଶଶସିତ ଅଞ୍ଚଳରେ ପେମେଣ୍ଟ ଗ୍ରହଣ ସୁବିଧା ସ୍ଥାପିତ କରିବା । ମୂଳ ଯୋଜନା ଅନୁଯାୟୀ, ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ପିଆଇଡିଏଫ ଯୋଜନା ଅଣାଯାଇଥିଲା ।

ଦୁଇ ବର୍ଷ ବଢ଼ିଲଶ ପିଆଇଡିଏଫ୍ ଯୋଜନା :-
ଗଭର୍ଣ୍ଣର ଦାସ କହିଛନ୍ତି ଯେ, ଟିୟର -୧ ଏବଂ ଟିୟର-୨ ଅଞ୍ଚଳରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନେ ଅଗଷ୍ଟ ୨୦୨୧ ରେ ପିଆଇଡିଏଫ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ । ଅଗଷ୍ଟ ୨୦୨୩ ସୁଦ୍ଧା ଏହି ଯୋଜନା ଅଧୀନରେ ୨.୬୬ କୋଟିରୁ ଅଧିକ ନୂତନ ଟଚ୍ ପଏଣ୍ଟ ନିୟୋଜିତ କରାଯାଇଛି । ଦାସ କହିଛନ୍ତି ଯେ ବର୍ତ୍ତମାନ ପିଆଇଡିଏଫ ଯୋଜନାକୁ ଦୁଇ ବର୍ଷ ଅର୍ଥାତ୍ ୩୧ଚଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ରହିଛି । ଏଥିସହ ପିଏମ ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କୁ ପିଆଇଡିଏଫ ଯୋଜନା ଅନ୍ତର୍ଗତ ସମସ୍ତ କେନ୍ଦ୍ରରେ ଅନ୍ତର୍ଭୁକ୍ତ କରିବାକୁ ଏକ ପ୍ରସ୍ତାବ ରହିଛି ।

Get real time updates directly on you device, subscribe now.