fbpx

ଭଦ୍ରକ: ଷାଠିବାଙ୍କୁଡା ବୈତରଣୀ ପଠାରୁ ପୁଣି ଝାମ୍ଫିନେଲା କୁମ୍ଭୀର

ଭଦ୍ରକ: (ଓଡ଼ିଶା ଭାସ୍କର) ଭଦ୍ରକରେ ପୁଣି କୁମ୍ଭୀର ଅତଙ୍କ, ଆଜି ଭୋର ସମୟରେ ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ଥିଉବା ବେଳେ ଗୋଟେ ମଇଁଶି ପଛରେ ରହିଯାଇଥିଲା ଫଳରେ ହିଂସ୍ର କୁମ୍ଭୀର ଏପରି ସୁଯୋଗ ପାଇ ନଦୀମଧ୍ଯକୁ ଝାମ୍ଫିନେଇଥିଲା। ନିକଟରେ ଥିବା କିଛି ଲୋକ ହା ହୋଲା କରିବାରୁ ଦୀର୍ଘସମୟ ପରେ କୁମ୍ଭୀର ମଇଁଶିକୁ ଛାଡି ଦେଇଥିଲା। ଏପରିକି ଗାଁ ଲୋକ ଯନ୍ତ୍ର ଚାଳିତ ଡଙ୍ଗା (ଭୁଟୁଭଟି) ନେଇ ଘୋଡାଇଥିଲି। ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ମଇଁଶି ନଦୀବୁଡିଯାଇଥିଲା। କିଛିସମୟ ପରେ ମଇଁଶି ଭାସିବା ପରେ କୂଳକୁ ଆଣିଥିଲେ ଗାଁ ଲୋକ। ସେହିପରି ୮ଦିନ ତଳେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଥି ସାଙ୍ଗ ହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫\୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ଫି ନେଇ ନଦୀ ମଝିରେ କିଛି ସମୟ ଧରି ତାଣ୍ଡବ ରଚିଥିଲା। ଏପରି ଘଟଣା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ ହାଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀର ନଦୀ ମଝିରେ ଗାଈକୁ ଝୁଣି ଝୁଣି ଖାଇଚାଲିଥିଲା।

Get real time updates directly on you device, subscribe now.