fbpx

(Video)ମୃତ୍ୟୁର କାରଣ ସାଜିଲା ସିକିମର ତିସ୍ତା ନଦୀ; ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ

ଓଡିଶା ଭାସ୍କର; ମୃତ୍ୟୁର କାରଣ ସାଜିଛି ସିକିମର ତିସ୍ତା ନଦୀ। ସିକିମ ବନ୍ୟାରୁ ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ତିସ୍ତା ନଦୀ କୂଳରେ ଥିବା ସିକିମର ରଙ୍ଗପୋରେ ଭାରତୀୟ ସେନାର ସମ୍ପୃକ୍ତ ଗୁଳିଗୋଳା ଫଳରେ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ସମୟର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ତେବେ ଏହି ଦୁର୍ଘଟଣାରେ ୨ ଜଣ ମୃତ ବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସିକିମ ବନ୍ୟାରୁ ପଶ୍ଚିମବଙ୍ଗ ଏବଂ ସିକ୍କିମର ନଦୀ କୂଳିଆ ଇଲାକାରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ରହିଛି।

ସୂଚନା ଅନୁସାରେ, ଭାରତୀୟ ସେନା ଯବାନଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ତିସ୍ତା ନଦୀର ଏହି ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଛି। ଯାହା ପଙ୍କକାଦୁଅ ତଳେ ପୋତି ହୋଇ ରହିଥିବାର ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ। ଫଳରେ ଏଭଳି ଭୟଙ୍କର ବିସ୍ଫୋରଣ ହେଉଥିବା ଆଶଙ୍କା କରାଯାଉଛି । ପଶ୍ଚିମବଙ୍ଗର ଚେପାଦଙ୍ଗା ଏବଂ ଜଳପାଇଗୁଡ଼ିରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ଏକାଧିକ ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଭୟଙ୍କର ଦୁର୍ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.