fbpx
BJD
BJD SKY
BJD SKY

୧୫ ହଜାର ବର୍ଷ ପୂର୍ବେ ମଣିଷ ମାଂସ ଖାଉଥିଲେ ଏଠାରେ ଲୋକମାନେ: ଷ୍ଟଡୀରୁ ଆଶ୍ଚର୍ଯ୍ୟକର ଖୁଲାସା

ହଜାର ହଜାର ବର୍ଷ ପୂର୍ବେ ମଣିଷ କିପରି ଦେଖାଯାଉଥିଲା, କ’ଣ ଖାଉଥିଲେ ଓ କେଉଁଠାରେ ରହୁଥିଲେ- ଏହାକୁ ନେଇ ପାୟତଃ ବିଭିନ୍ନ ପ୍ରକାରର ଅନୁସନ୍ଧାନ କରାଯାଉଛି । ବେଳେବେଳେ ଏହି ଗବେଷଣାଗୁଡ଼ିକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ କରାଯାଇଛି, ଯାହା କ୍ୱାଟରନରୀ ସାଇନ୍ସ ରିଭ୍ୟୁଜ୍ ପତ୍ରିକାରେ ପ୍ରକାଶିତ କରାଯାଇଛି ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରାୟ ୧୫ ହଜାର ବର୍ଷ ପୂର୍ବେ ୟୁରୋପର ଲୋକମାନେ ନରଭକ୍ଷୀ ଥିଲେ, ଅର୍ଥାତ୍ ସେମାନେ ମଣିଷ ହୋଇଥିଲେ ମଧ୍ୟ ମଣିଷ ମାଂସ ଖାଉଥିଲେ । ସେହି ସମୟ ପାଇଁ ଏହା ସାଧାରଣ ଥିଲା । ଅନୁସନ୍ଧାନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ, ଲୋକମାନେ ସେମାନଙ୍କର ମୃତ ସମ୍ପର୍କୀୟମାନଙ୍କୁ ଖାଉଥିଲେ । ସମାନେ ଏହା ବାଧ୍ୟତାମୂଳକ ଭାବରେ କରୁନଥିଲେ ବରଂ ନିଜ ସଂସ୍କୃତି ଏବଂ ପରମ୍ପରାର ଏକ ଅଂଶ ଭାବରେ କରୁଥିଲେ ।

ରିପୋର୍ଟ ଅନୁଯାୟୀ, ପୁରୁଣା ଯୁଗର ମାଗଡାଲେନିୟନ ସମୟକୁ ଧ୍ୟାନରେ ରଖି ଏହି ଅନୁସନ୍ଧାନ କରାଯାଇଥିଲା । ମାଗଡାଲେନିୟନମାନେ ପ୍ରାୟ ୧୧ ହଜାରରୁ ୧୭ ହଜାର ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିଲେ । ଯେତେବେଳେ ଲଣ୍ଡନରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟର ବୈଜ୍ଞାନିକମାନେ ୫୯ ମାଗଡାଲେନିୟନର ସ୍ଥାନ ସମୀକ୍ଷା କରିଥିଲେ । ସେଠାରେ ପ୍ରାୟ ୧୫ ଟି ସ୍ଥାନରେ ସେମାନଙ୍କୁ ମଣିଷଙ୍କ ଖପୁରୀ ଓ ହାଡ ମିଳିଥିଲା, ଯାହାକୁ ଚୋବାଇ ଖିଆଯାଇଥିଲା ।

Get real time updates directly on you device, subscribe now.