fbpx

BIG BREAKING: ପୁରୁଷ ଏସିଆ କବାଡିରେ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ

ଓଡିଶା ଭାସ୍କର; ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଏହି ଅବସରରେ ଭାରତୀୟ ଦଳ ସମସ୍ତ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଲଗାତାର ସ୍ଵର୍ଣ୍ଣ ପଦକ ମଧ୍ୟ ସାଉଁଟିବାରେ ଲାଗିଛି । ତେବେ ବର୍ତମାନ ଯାହା ଖବର ଆସି ପହଞ୍ଚିଛି ପୁରୁଷ ଏସିଆ କବାଡିରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ପୂର୍ବରୁ ଏସିଆ ମହିଳା କବାଡିରେ ଭାରତୀୟ ଦଳ ଫାଇନାଲରେ ଚାଇନିଜ୍ ତାଇପେଇକୁ ୨୬-୨୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏବେ ପୁରୁଷ କବାଡି ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଇରାନ ବିପକ୍ଷ ଫାଇନାଲ ମ୍ୟାଚରେ ୩୩-୨୯ରେ ଇରାନକୁ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ପୁରୁଷ କବାଡି ଦଳ ।

Get real time updates directly on you device, subscribe now.