fbpx

ବଜାରରେ ମିଳୁଥିବା ମିଠା ଦହି ଭଲ ନା ସାଧା ଦହି, ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା

ଦହି ପୁଷ୍ଟିକାରକ ତତ୍ତ୍ୱରେ ଭରପୁର ହୋଇଥାଏ । ଆପଣ କୌଣସି ବି ଖାଦ୍ୟ ସହ ଦହି ଖାଇଲେ ଖାଦ୍ୟର ସ୍ୱାଦ ୨ ଗୁଣ ବଢିଯାଏ । ଏହି କ୍ରମରେ ସାଧା ଦହି ଓ ମିଠା ଦହି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ଲାଗି ଅଧିକ ଭଲ ତାହା ଆସନ୍ତୁ ଜାଣିନେବା ।

ଖାଦ୍ୟ ବିଶେଷଜ୍ଞ ରୁଚିତା ବାତ୍ରା କହିଛନ୍ତି ଚିନି କମ୍ କାରଣରୁ ଲୋକମାନେ ମିଠା ଦହି ଠାରୁ ସାଧା ଦହିକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ମିଠା ଦହି ସ୍ୱାସ୍ଥ୍ୟପ୍ରଦ ହୋଇ ନ ଥାଏ । ଏହା ଆପଣଙ୍କ ଲାଗି ମୋଟାପାର କାରଣ ହୋଇପାରେ । ଏହି ମୋଟାପା ହୃଦରୋଗ ସହିତ ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଡାଇବେଟିସରେ ପୀଡିତ ରୋଗୀ ବଜାରରେ ମିଳୁଥିବା ମିଠା ଦହି ଖାଇବା ଅନୁଚିତ ।

ସାଧା ଦହିରେ ସାଧାରଣତଃ କୌଣସି ଅତିରିକ୍ତ ଚିନି ମିଶାଯାଇ ନ ଥାଏ । ତେଣୁ ଯେଉଁମାନେ ଚିନି ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ବିଶେଷକରି ଡାଇବେଟିସ ରୋଗୀ ମିଠା ବା ଫ୍ଲେବରଯୁକ୍ତ ଦହି ଆଦୌ ନ ଖାଇବା ଭଲ ।

Get real time updates directly on you device, subscribe now.