fbpx

ସିକ୍କିମ ବନ୍ୟା ପରେ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଏବେବି ଅନେକ ନିଖୋଜ

ନୂଆଦିଲ୍ଲୀ: ସିକ୍କିମର ତିସ୍ତା ନଦୀରେ ଆସିଥିବା ଆକସ୍ମିକ ବନ୍ୟାର ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି ପାଇଛି । ହୋଇଥିବା ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ୧୨୨ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ୯ ସେନା ଯବାନଙ୍କ ସମେତ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାର ସୂଚନା ଅଧିକାରୀମାନେ ରବିବାର ଦେଇଛନ୍ତି ।

ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବୁଧବାର ସକାଳେ ବାଦଲ ଫଟା ବର୍ଷା ଯୋଗୁଁ ସୃଷ୍ଟି ,ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୬୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖାଲି ସେତିକି ନୁହେଁ ସିକିମର ଅଧିକାଂଶ ଅଞ୍ଚଳ ଅନ୍ୟ ରାଜ୍ୟରୁ ବିଚ୍ଛିନ୍ନ ହୋଇଛି। ୧୨୨ ଜଣ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରହିଛି ବୋଲି ଏସ୍ଏସଡିଏମ୍ଏ କହିଛି । ସିକିମର ପାକ୍ୟୋଙ୍ଗ ଜିଲ୍ଲାରେ ୭୮ ଜଣ, ଗ୍ୟାଙ୍ଗଟକ୍ ଜିଲ୍ଲାରେ ୨୩ ଜଣ, ମଙ୍ଗନରେ ୧୫ ଜଣ ଏବଂ ନାମଚିରେ ୬ ଜଣ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନରେ ସ୍ୱତନ୍ତ୍ର ରାଡାର, ଡ୍ରୋନ ଓ ସାମରିକ କୁକୁର ମୁତୟନ କରାଯାଇଛି ।

Get real time updates directly on you device, subscribe now.