fbpx

(Video) ଓଡ଼ିଶାରେ ରହିଛି ଏଭଳି ମନ୍ଦିର: ଏଠାକୁ ଗଲେ ଛୁଇଁ ପାରେନି ଅକାଳ ମୃତ୍ୟୁ

ଓଡ଼ିଶା ଭାସ୍କର: ବୌଦ୍ଧର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଗତ ମଧ୍ୟରାତ୍ରରୁ ଗୁପ୍ତରେ ଆରମ୍ଭ ହୋଇଛି ଷୋଳପୂଜା ବା ଖଣ୍ଡାବସା ପର୍ବ । ଏହି ପୂଜା ଭାରତ ବର୍ଷରେ ଏକ ବିରଳ ପୂଜା ଭାବେ ପରିଗଣିତ ଅଟେ । ପାରମ୍ପରିକ ରୀତିନୀତି ଅନୁଯାଇ ଏହି ପୂଜାକୁ ୧୬ଦିନ ଧରି ପାଳନ କରା ଯାଇଥାଏ । ରାଜାରାଜୁଡା ଅମଳରୁ ଚାଲିଆସିଥିବା ଷୋଳପୂଜା ଏକ ଅନନ୍ୟ ପୂଜା । ଏହିପୂଜା ସମ୍ପନ୍ନ ନହେବା ଯାଏ ଭକ୍ତ ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ମା ଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି । ଏହି ପ୍ରସିଦ୍ଧ ଶକ୍ତିପୀଠରେ ପୂଜା ପାଇଥାନ୍ତି ମାଁ ବାଉଁଶରାଣୀ ଭୈରବୀ । ଆସନ୍ତୁ ଦେଖିବା ବୌଦ୍ଧରୁ ଏହି ସ୍ୱତନ୍ତ୍ର ରିପୋର୍ଟ
ମାଁ ବାଉଁଶରାଣୀ ଭୈରବୀଙ୍କ ଷୋଳପୂଜା ।

ବୌଦ୍ଧ ଜିଲ୍ଲା ପୁରୁଣାକଟକ ବାସିନୀ ମା ଭୈରବୀ କେଉଁ ଆବାହମାନ କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି । ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କ ଷୋଳପୂଜା ବା ଗୁପ୍ତପୂଜା ସ୍ୱତନ୍ତ୍ର ନୀତିକାନ୍ତିରେ କରାଯାଏ । ରାଜୁଡା ଅମଳରୁ ଚାଲିଆସିଥିବା ଷୋଳପୂଜା ଆଶ୍ୱିନ ମୂଳାଷ୍ଟମୀ(କୃଷ୍ଣ ପକ୍ଷ ଅଷ୍ଟମୀ) ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୁଏ । ଆଶ୍ୱିନ ମୂଳାଷ୍ଟମୀରେ ଶ୍ରଦ୍ଧାଳୁମାନେ ମୁଖ୍ୟପୂଜକଙ୍କ ଘରୁ ମାଙ୍କ ବିଜୟ ପ୍ରତିମା ଓ ପାଟଖଣ୍ଡାକୁ ବାଜା ବଜେଇ ,ବାନା, ବଇରଖ, ଛତ୍ର ଧରି ସନ୍ଧ୍ୟା ସମୟରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଆଣିଛନ୍ତି । ପରେ ବିଳମ୍ବିତ ରାତ୍ରରେ ତାଳପତ୍ର ପୋଥି (ମାଦଳ ପାଞ୍ଜି ) ଅନୁସାରେ ମାଙ୍କ ଗୁପ୍ତପୂଜା ଅନୁଷ୍ଠିତ ହୋଇ ଥାଏ । ଏହି ଗୁପ୍ତପୂଜା ଆରମ୍ଭ ହେଲା ମାତ୍ରେ ଢୋଲ, ନିଶାନ ବାଜି ଉଠିଥାଏ , ବାଜା ବାଜିବା ମାତ୍ରେ ଅଞ୍ଚଳ ର ପୁତ୍ରବତୀ ମହିଳାମାନେ ପୁଅ ଜୁଉନ୍ତିଆ ପର୍ବ କରିଥାନ୍ତି । ଏହି ଷୋଳପୂଜା ସମୟରେ ମାଙ୍କ ଦର୍ଶନ ଭକ୍ତମାନଙ୍କ ପାଇଁ ମନାଥାଏ । ହେଲେ ଶ୍ରଦ୍ଧାଳୁମାନେ ମନସ୍କାମନା ପୂର୍ଣ ପାଇଁ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ସାହାଡ଼ା ଗଛ ତଳେ ପୂଜାର୍ଚ୍ଚନା କରିଥାନ୍ତି । ଷୋଳପୂଜାର ଷୋଳଦିନ ସ୍ୱତନ୍ତ୍ର ଭାବେ ଗୁପ୍ତ ପୂଜା ହୋଇଥାଏ ବୋଲି ମୁଖ୍ୟ ପୂଜକ କହିଛନ୍ତି ।

Get real time updates directly on you device, subscribe now.