fbpx
BSKY
BJD MC SKY
BJD YOUTH SKY

ଝାଡ଼ଖଣ୍ଡ: ପିଏସ ଓ ଚାକର ଗିରଫ, ବର୍ତ୍ତମାନ ସୁଦ୍ଧା ୩୫ କୋଟି କ୍ୟାଶ ଜବତ ହେଲାଣି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ କ୍ୟାଶ ଜବତ ମାମଲାରେ ବଡ଼ ଆକ୍ସନ ନିଆଯାଇଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମଙ୍କ ପିଏସ ସଞ୍ଜୀବ ଲାଲ ଓ ସଞ୍ଜୀବଙ୍କ ଚାକର ଜହାଙ୍ଗୀର ଆଲମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଗତକାଲି ସଞ୍ଜୀବଙ୍କ ଚାକର ଜହାଙ୍ଗୀରଙ୍କ ଘରେ ରେଡ୍ କରାଯାଇ ୩୦ କୋଟିରୁ ଅଧିକ କ୍ୟାଶ ଜବତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇ ୩ କୋଟିରୁ ଅଧିକ କ୍ୟାଶ ଜବତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୩୫ କୋଟି କ୍ୟାଶ ଜବତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ରାଞ୍ଚିର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ବିପୁଳ ମାତ୍ରାରେ କ୍ୟାଶ ଜବତ କରାଯାଇଥିଲା । ଉକ୍ତ ଅର୍ଥ ବେଆଇନ ଭାବେ ଅର୍ଜିତ କରାଯାଇଥିବା ନେଇ ଇଡି ଅନୁମାନ କରିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଲିର କିଛିଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ବିପୁଳ ମାତ୍ରାରେ କ୍ୟାଶ ଜବତ କରାଯାଇଥିଲା । ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କୁ ଠାରୁ ଏହି କ୍ୟାଶ ଜବତ କରାଯାଇଥିଲା । ଏତେ ମାତ୍ରାରେ ନୋଟକୁ ଦେଖି ନୋଟ ଗଣତି ମେଶିନ ମଗାଯାଇଥିଲା ।

Get real time updates directly on you device, subscribe now.