fbpx

ପ୍ୟାଟ କମିନ୍ସଙ୍କ Wide ବଲକୁ No Ball ଘୋଷଣା କଲେ ଅମ୍ପାୟାର: କିନ୍ତୁ କାହିଁକି?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିସାରିଛି ଟିମ ଇଣ୍ଡିଆ । ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି ରୋହିତ ସେନା । କିନ୍ତୁ ଅଷ୍ଟ୍ରେଲିଆର ବୋଲିଂ ସମୟରେ ଅଧିନାୟକ ପ୍ୟାଟ କମିନ୍ସଙ୍କ ଏକ ବଲକୁ ନେଇ ଖୁବ ଆଲୋଚନା ହେଉଛି । କମିନ୍ସଙ୍କ ଏକ ବଲ ୱାଇଡ ହୋଇଥିବା ବେଳେ ଅମ୍ପାୟାର ଏହାକୁ ନୋ ବଲ ଭାବରେ ଘୋଷଣା କରିଛନ୍ତି । ଯାହାକୁ ନେଇ ଅଷ୍ଟ୍ରେଲିଆ ସହ ଧୋକା ହୋଇଛି ବୋଲି ମଧ୍ୟ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅର୍ଦ୍ଧଶତକ ହାସଲ କରି ଭାରତର ବିଜୟ ଉପରେ ମୋହର ମାରି ସାରିଥିଲେ । ଅଷ୍ଟ୍ରେଲିଆର ସମସ୍ତ ବୋଲରଙ୍କ ବିପକ୍ଷରେ ସ୍କୋର କରିଥିବା ବେଳେ ଦଳର ୨୮ତମ ଓଭର ନେଇ ଆସିଥିଲେ ନିଜେ ଅଧିନାୟକ ପ୍ୟାଟ କମିନ୍ସ । କିନ୍ତୁ ଏହି ଓଭରର ଚତୁର୍ଥ ବଲ ସେ ୱାଇଡ ପକାଇଥିଲେ, ଯାହା ବିରାଟ କୋହଲିଙ୍କ ପାଖରୁ ଖୁବ ଦୂରରେ ରହିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବରେ ଅମ୍ପାୟାର ଏହାକୁ ୱାଇଡ ପରିବର୍ତ୍ତେ ନୋ ବଲ୍ ବୋଲି ଘୋଷଣା କରିଥିଲେ । ତେବେ ଏହାକୁ ଅଷ୍ଟ୍ରେଲିଆ ସହ ଧୋକା ବୋଲି କୁହାଯାଉଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ, ଅର୍ଥାତ୍ ଅମ୍ପାୟାରଙ୍କ ନିଷ୍ପତ୍ତି ନିୟମ ଅନୁସାରେ ଠିକ ବୋଲି ସ୍ପଷ୍ଟ ହୋଇଛି । କାରଣ ବଲଟି ପିଚ୍ ବାହାରେ ପଡ଼ିଥିଲା । ତେବେ ନିୟମ ଅନୁସାରେ, ପିଚ୍ ବାହାରେ ପଡ଼ିଥିବା ବଲକୁ ୱାଇଡ ନୁହେଁ, ନୋ ବଲ ଭାବରେ ଘୋଷଣା କରାଯିବ । ତେଣୁ ଏହାକୁ ଅମ୍ପାୟାର ନୋ ବଲ ଗୋଷଣା କରିଛନ୍ତି ।

କମିନ୍ସ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ଉପରେ ମହଙ୍ଗା ପଡ଼ିଛି । ୫୦ ଓଭର ଶେଷ ହେବା ପୂର୍ବରୁ ହିଁ ମାତ୍ର ୧୯୯ ରନରେ ଅଲ ଆଉଟ ହୋଇଛି ଅଷ୍ଟ୍ରେଲିଆ । ଏହି ଟାର୍ଗେଟ ବିପକ୍ଷରେ ସହଜ ବିଜୟ ଦେଇଛି ବିରାଟ-ରାହୁଲ ଯୋଡ଼ି । ଏହି ବିଜୟ ସହ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ବିରାଟ କୋହଲି(୮୫) ଏବଂ କେ.ଏଲ ରାହୁଲଙ୍କ(୯୭) ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ମାତ୍ ଦେଇଛି ରୋହିତ ସେନା ।

Get real time updates directly on you device, subscribe now.