fbpx

ଘରର ଏହି ଦିଗରେ ରଖନ୍ତୁ ପୂଜା ଦୀପ: ରହିବନି କେବେ ଧନର ଅଭାବ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି । ଯାହାକୁ ଅନୁସରଣ କରି ଚାଲିବା ଦ୍ୱାରା ଜୀବନରେ କୌଣସି ଅଭାବ ରୁହେ ନାହିଁ । ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଉଚିତ । ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଆମେ ଦୀପ ଜାଳିଥାଉ । କୁହାଯାଏ ଯେ, ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ମଧ୍ୟ ହୋଇଥାଏ । ପ୍ରତ୍ୟେକ ଶୁଭ କାମରେ ଆମେ ସାଧାରଣତଃ ଅଗ୍ନିଦେବଙ୍କୁ ପୂଜା କରୁ । ସେଥିପାଇଁ ଦୀପ ଜାଳିବା ବିନା କୌଣସି ପୂଜା ସଂପୂର୍ଣ୍ଣ ହୁଏ ନୁହେଁ । ଏଥି ସହିତ, ବାସ୍ତୁ ଶାସ୍ତ୍ରରେ ପୂଜା ଦୀପ ରଖିବାର କିଛି ନିୟମ ରହିଛି । ବାସ୍ତୁ ଅନୁଯାୟୀ, ଦୀପ ରଖିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଲାଭ ହୁଏ । ତେବେ ଆସନ୍ତୁ ଜାଣିବା ଘରର ମନ୍ଦିରରେ କେଉଁ ଦିଗରେ ଦୀପ ରଖିବା ଉଚିତ୍ ।

ବସ୍ତୁ ଅନୁସାରେ ରଖନ୍ତୁ ଦୀପ :

. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦୀପକୁ ଘରର ପଶ୍ଚିମ ଦିଗରେ ରଖିବା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । କୁହାଯାଇଛି ଯେ, ପଶ୍ଚିମ ଦିଗରେ ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି
ରହିଥାଏ ଏବଂ ସୁଖ, ସମୃଦ୍ଧି ଘରକୁ ପ୍ରବେଶ କରିଥାଏ ।

. ବାସ୍ତୁ ବିଶେଷଜ୍ଞଙ୍କ ବିଶ୍ୱାସ ଯେ ଦୀପର ନିଆଁକୁ ପୂର୍ବ ଦିଗରେ ରଖିବା ଭଲ । ପୂଜା କରିବା ସମୟରେ ଦୀପର ନିଆଁକୁ ପୂର୍ବ ଦିଗରେ ରଖିଲେ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଏହା ସହିତ ଘରେ
ଶାନ୍ତି ଏବଂ ସୁଖର ବାତାବରଣ ରୁହେ ।

. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଉତ୍ତର ଦିଗରେ ଦୀପ ରଖିଲେ ଘରେ ଟଙ୍କାର ଅଭାବ ହେବ ନାହିଁ । ଶାସ୍ତ୍ରରେ କୁହାଯାଇଛି, ଉତ୍ତର ଦିଗଟିକୁ କୁବେରଙ୍କର ଦିଗ ଭାବରେ ବିବେଚନା କରାଯାଇଛି ।

. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଦୀପର ନିଆଁକୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ କାରଣ ଦକ୍ଷିଣ ଦିଗଟି ହେଉଛି ଯମରାଜଙ୍କ ଦିଗ । ଏହି ଦିଗରେ ଦୀପ ଜାଳିବା ଦ୍ୱାରା ଧନ ଧାନ୍ୟ ନଷ୍ଟ
ହୋଇଥାଏ । ଘରେ କେବେ ବି ସୁଖ ଏବଂ ଧନର ବୃଦ୍ଧି ହୁଏ ନାହିଁ ।

. ପୂଜା କରିବା ସମୟରେ, ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ଯେ ତେଲ ଦୀପକୁ ସର୍ବଦା ଡାହାଣ ପାର୍ଶ୍ୱରେ ରଖିବେ ଏବଂ ଘିଅ ଦୀପକୁ ସବୁବେଳେ ବାମ ପାର୍ଶ୍ୱରେ ରଖିବା ଉଚିତ ।

Get real time updates directly on you device, subscribe now.