fbpx
BJD SKY
BJD SKY

ବିଶ୍ୱର ସର୍ବବୃହତ ହାତୀ! ଓଜନ ୮୦୦୦ କେଜି

BJD

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ପ୍ରାଣୀ କିଏ ବୋଲି ଯଦି ଆମକୁ ପ୍ରଶ୍ନ କରାଯାଏ, ତେବେ ଆମର ଆଖି ସାମ୍ନାକୁ ଅଚାନକ ଏକ ହାତୀର ଛବି ଚାଲିଆସିବ । କାରଣ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା ଜୀବ ମଧ୍ୟରେ ହାତୀ ହିଁ ସବୁଠାରୁ ବଡ଼ ହୋଇଥାଏ । ଜିରଫ ହାତୀଠାରୁ ବହୁତ ଡେଙ୍ଗା ହୋଇଥାଏ, ମାତ୍ର ସେ ହାତୀ ପରି ଏତେ ଓଜନ ହେବ ନାହିଁ । ସେହିପରି ସମୁଦ୍ର ଜଳରେ ତିମି ପରି ଅନେକ ବିରାଟକାୟ ମାଛ ରହିଛନ୍ତି । ପୂର୍ବରୁ ଡାୟନୋସୋର ପରି ଏକ ବିଶାଳକାୟ ଜୀବ ଆମ ପୃଥିବୀପୃଷ୍ଠରେ ବାସ କରୁଥିଲେ ହେଁ ତାହା ସମୟକ୍ରମେ ବିଲୁପ୍ତ ହୋଇଯାଇଛି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ବିରାଟକାୟ ହାତୀର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ହାତୀର ଉଚ୍ଚତା ତା’ର ଆଖପାଖରେ ଥିବା ଗଛଠାରୁ ବି ଅଧିକ ଭଳି ଜଣାପଡ଼ୁଛି । ତାଞ୍ଜାନିଆରେ ଦେଖାଦେଇଥିବା ଏହି ହାତୀର ଓଜନ ୮୦୦୦ କେଜି । ତେବେ ବାସ୍ତବରେ ଏହି ହାତୀଟି ବିଶ୍ୱର ସବୁଠାରୁ ବଡ଼ ହାତୀ ନୁହେଁ । ଆଫ୍ରିକୀୟ ସାଭନା ହାତୀର ଓଜନ ୧୦,୮୮୬ କେଜି ବୋଲି ରେକର୍ଡ କରାଯାଇଛି ।

ସାଭାନା ହାତୀ ଆଫିକାର ପୂର୍ବ, ମଧ୍ୟ ଓ ଦକ୍ଷିଣ ଭାଗରେ ଦେଖାଯାଆନ୍ତି । ଏହି ହାତୀମାନେ ସମସ୍ତ ପ୍ରକାରର ଶାକାହାରୀ ଖାଦ୍ୟ ଖାଇଥାନ୍ତି । ଏହି ହାତୀ ପ୍ରତ୍ୟେକ ଦିନ ୭୦-୧୫୦ କେଜିର ଖାଦ୍ୟ ଖାଇଥାଏ, ଯାହାକି ତା’ର ଶରୀରର ଓଜନର ୪-୬ ପ୍ରତିଶତ ଅଟେ । ହାତୀ ଦିନରେ ୧୬ ଘଣ୍ଟା କେବଳ ଖାଇବାରେ ବିତାଇଥାଏ । ଏଥିସହିତ ହାତୀ ଦିନକୁ ୭୫-୧୯୦ ଲିଟର ପାଣି ପିଇଥାଏ । ବୋଲି କୁହାଯାଏ । ତେବେ ଛୋଟ, ବଡ଼ ଓ ଶାରୀରିକ ଗଠନ ଅନୁସାରେ ହାତୀଙ୍କର ଖାଦ୍ୟ, ପାନୀୟ ଅଲଗା ଅଲଗା ହୋଇଥାଏ ।

Get real time updates directly on you device, subscribe now.