fbpx

ଆଜି ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ ।

ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ । ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି । ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ।

Get real time updates directly on you device, subscribe now.