fbpx

Israel-Hamas war : ପାଲେଷ୍ଟାଇନରେ ଫସି ରହିଥିବା ନାଗରିକଙ୍କ ପାଇଁ ଭାରତ ସରକାର ଜାରି କଲେ ହେଲ୍ପଲାଇନ , ଜାଣନ୍ତୁ କ’ଣ ରହିଛି ନମ୍ବର

ନୂଆଦିଲ୍ଲୀ: ଆଜି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ସଂଘର୍ଷର ପଞ୍ଚମ ଦିନ । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହା ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଅନେକ ଦେଶ ନିଜ ନାଗରିକଙ୍କୁ ସେଠାରୁ ବାହାର କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପାଲେଷ୍ଟାଇନରେ ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ଜରୁରୀକାଳୀନ ହେଲ୍ପଲାଇନ ଜାରି କରିଛି ।

ଭାରତ ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପାଲେଷ୍ଟାଇନରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ସ୍ଥାପନାକୁ ନେଇ ରାମଲ୍ଲାହରେ ଥିବା ଭାରତୀୟ ଦୂତାବାସ ଘୋଷଣା କରିଛି । ଏହି ହେଲ୍ପଲାଇନକୁ ଫୋନ୍ ଏବଂ ହ୍ୱାଟ୍ସଆପ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ କିମ୍ବା ଅନ୍ୟାନ୍ୟ ତକ୍ରାଳ ଆବଶ୍ୟକତା ସ୍ଥିତିରେ ଭାରତୀୟ ପ୍ରବାସୀମାନଙ୍କୁ ସହାୟତା ଯୋଗାଇବା । ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟମାନେ ସେଲଫୋନ୍ ମାଧ୍ୟମରେ ୦୫୯୨୯୧୬୪୧୮ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ +୯୭୦୫୯୨୯୧୬୪୧୮ ରେ ସମ୍ପର୍କ କରି ସାହାଯ୍ୟ ମାଗିପାରିବେ ।

ଆହୁରି ମଧ୍ୟ, ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଚାଲିଥିବା ବିକାଶକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖିବା ଏବଂ ସୂଚନା ଏବଂ ସହାୟତା ଯୋଗାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । କଣ୍ଟ୍ରୋଲ୍ ରୁମର ଯୋଗାଯୋଗ ବିବରଣୀ ହେଉଛି ୧୮୦୦୧୧୮୭୯୭ (ଟୋଲ୍ ଫ୍ରି) । + ୯୧-୧୧ ୨୩୦୧୨୧୧୩; + ୯୧-୧୧-୨୩୦୧୪୧୦୪; + ୯୧-୧୧-୨୩୦୧୭୯୦୫; +୯୧୯୯୬୮୨୯୧୯୮୮ ଏବଂ [email protected] । ତେଲ ଅଭିବରେ ଥିବା ଭାରତୀୟ ଦୂତାବାସ ଏକ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ସ୍ଥାପନ କରିଛି: + ୯୭୨-୩୫୨୨୬୭୪୮; + ୯୭୨-୫୪୩୨୭୮୩୯୨; [email protected]

Get real time updates directly on you device, subscribe now.