fbpx

ଗର୍ଭାବସ୍ଥା ପରେ ଦେଖାଦିଏ କେଶ ଝଡିବାର ସମସ୍ୟା : ଜାଣନ୍ତୁ ଏହାକୁ ଦୂର କରିବାର ଉପାୟ

ଓଡ଼ିଶା ଭାଷ୍କର : ଗର୍ଭାବସ୍ଥା ଆରମ୍ଭରେ ଏଷ୍ଟ୍ରୋଜେନ ଏବଂ ପୋହେଷ୍ଟ୍ରେରୋନ ବଢିବା ଯୋଗୁଁ କେଶ ବଢିଥାଏ । ଏହା ଦ୍ୱାରା ମହିଳାଙ୍କ କେଶ ପୂର୍ବ ତୁଳନାରେ ଅଧିକ ଘନ ଓ କଳା ହୋଇଥାଏ । ତେବେ ସନ୍ତାନ ଜନ୍ମ ନେବା ପରେ ଏଷ୍ଟ୍ରୋଜେନ ହ୍ରାସ ପାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦିଏ । କିନ୍ତ ଏହା ସମୟ ଅନୁସାରେ ଠିକ ମଧ୍ୟ ହୋଇଯାଏ । ତେବେ କିଛି ଆୟୁର୍ବେଦିକ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ସହଜରେ ସମାଧାନ ହୋଇଯିବ ।

ହର୍ବାଲ ହେୟାର ମାସ୍କ କେଶ ପାଇଁ ଉପୟୁକ୍ତ ଅଟେ । ଅଁଳା, ଶିକାକାଇ, ବାହ୍ମୀ,ମେଥି ଜଡି଼ବୁଟି ମିଶାଇ ଲଗାଇଲେ କେଶ କମ ଝଡିଥାଏ । ଏହାସହ ଖାଦ୍ୟପାନୀୟ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟବାଦ ସପ୍ଲିମେଣ୍ଟ ମଧ୍ୟ ନେଇପାରିବେ । ଅନ୍ୟପଟେ ସନ୍ତାନ ଜନ୍ମପରେ ଅନେକ ମହିଳା ଅବସାଦ ଦେଇ ଗତି କରନ୍ତି । ଅବସାଦ ଓ ଚିନ୍ତାରେ ରହିଲେ କେଶ ମଧ୍ୟ ବହୁ ପରିମାଣରେ ଝଡି ଥାଏ ।

ତେଣୁ ନିୟମିତ ଭାବେ ଖାଇବା ସହ ବ୍ୟାୟାମ କରିବା ଉଚିତ । ଏହାଦ୍ୱାରା କେଶଝଡିବା ଭଳି ସମସ୍ୟା ସବୁ ନିୟନ୍ତ୍ରଣରେ ରୁହେ । କାରଣ ଗର୍ଭାବସ୍ଥାରେ ଏସବୁ ସମସ୍ୟା ହର୍ମୋନାଲ ସମସ୍ୟା ଯୋଗୁଁ ହୋଇଥାଏ ।

Get real time updates directly on you device, subscribe now.