ଅଯୋଧ୍ୟା : ରାମନଗରୀ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ସହିତ ସେଠାରେ ଥିବା ପୁରୋହିତମାନଙ୍କ ପାଇଁ ବି ଶୁଭ ଦିନ ଆସିଛି । ରାମଲାଲାଙ୍କ ପ୍ରଧାନ ଅର୍ଚ୍ଚକ ସାହିତ୍ୟ ଏବଂ ଅନ୍ୟ ପୁରୋହିତମାନଙ୍କ ଦରମା ବୃଦ୍ଧି କରାଯାଇଛି । ପ୍ରକୃତରେ, ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟ ସେଠାକାର ମୁଖ୍ୟ ପୁରୋହିତ, ସହକାରୀ ପୁରୋହିତ ତଥା ସେବାରେ ନିୟୋଜିତ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟ ପୁରୋହିତ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟ ପୁରୋହିତଙ୍କ ଦରମା ୩୨,୯୦୦ ଟଙ୍କା ଏବଂ ସହକାରୀ ପୁରୋହିତଙ୍କ ଦରମା ୩୧,୯୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ମୁଖ୍ୟ ପୁରୋହିତଙ୍କର ଦରମା ୨୫,୦୦୦ ଟଙ୍କା ଥିବା ବେଳେ ସହକାରୀ ପୁରୋହିତ ୨୦,୦୦୦ ଟଙ୍କା ଥିଲେ। ଏହା ବ୍ୟତୀତ ଅନ୍ୟ ପୁରୋହିତ ଏବଂ ସେବକମାନଙ୍କ ବି ଦରମା ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଟ୍ରଷ୍ଟ ରାମଲାଲା ସେବାରେ ନିୟୋଜିତ ଅନ୍ୟ ସେବକଙ୍କ ଦରମା ମଧ୍ୟ ବୃଦ୍ଧି କରିଛି।
ବର୍ତ୍ତମାନ ରାମ ମନ୍ଦିରର ଟ୍ରଷ୍ଟ ଦ୍ୱାରା ରାମଲାଲାର ପୁରୋହିତ ଏବଂ ସେବାୟତମାନଙ୍କୁ ସରକାରୀ ସୁବିଧା ଭଳି ସୁବିଧା ଯୋଗାଇବା ପାଇଁ ଯୋଜନା ଅଛି । ଯେଉଁଥିରେ ସେମାନଙ୍କ ଚିକିତ୍ସା ସେବା, ଯାତ୍ରା ଭତ୍ତା ଏବଂ ଆବାସ ଭତ୍ତା ଅନ୍ତର୍ଭୁକ୍ତ ଅଟେ । ଦରମା ବୃଦ୍ଧି ପାଇଁ ରାମଲାଲାର ମୁଖ୍ୟ ପୁରୋହିତ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଟ୍ରଷ୍ଟ ଜେନେରାଲ ସେକ୍ରେଟେରୀ ଚମ୍ପତ ରାୟ ନିଶ୍ଚିତ କରିଛନ୍ତି ଯେ, ପୁରୋହିତ ଏବଂ କର୍ମଚାରୀମାନଙ୍କୁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ, ତେଣୁ ଏ ସମ୍ପର୍କରେ ଆଲୋଚନା ଚାଲିଛି।