fbpx
BSKY
BJD MC SKY
BJD MS SKY

ଏହି ଦୁଇଟି ଫଳ କଞ୍ଚା ଖାଇବା ଦ୍ୱାରା ୟୁରିକ ଏସିଡ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ, ଜାଣନ୍ତୁ କିପରି ଖାଇବେ

ଓଡିଶା ଭାସ୍କର : ଶରୀରରେ ୟୁରିକ ଏସିଡର ବୃଦ୍ଧି, ଆଣ୍ଠୁ ଗଣ୍ଠିରେ ଦରଜର କାରଣ ହୋଇପାରେ । ଏହା ଦ୍ୱାରା ଚାଲିବା ବୁଲିବା ଉଠିବା ଏବଂ ବସିବା ଆପଣ ଠିକ ଭାବରେ କରିପାରିବେ ନାହିଁ । ଏପରି ସମୟରେ କିଛି ଫଳ ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ଥିତିକୁ ଠିକ କରିପାରିବ । ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇ ପାରିବ । କିନ୍ତୁ ଏହି ଫଳ ଗୁଡିକୁ ଆପଣଙ୍କୁ କଞ୍ଚା ଖାଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ଫଳକୁ କଞ୍ଚା କିପରି ଖାଇବା ।

୧. କଞ୍ଚା କଦଳୀ : କଞ୍ଚା କଦଳୀ ହାଇ ୟୁରିକ ଏସିଡ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଫାଇବର ଦ୍ୱାରା ଭରପୁର ହୋଇଥାଏ । ଏହା ପେଟରେ ମେଟାପଲିଜମ ଗତି ବିଧିକୁ ବଢାଇ ଥାଏ । ପ୍ୟୁରିନ ପାଚନ ଗତିକୁ ବଡାଇ ଥାଏ । ଏହା ଛଡା କଞ୍ଚା କଦଳୀ ଖାଇବା ଦ୍ୱାରା ଗାଉଟରେ ପିଡିତ ଲୋକମାନଙ୍କ ପାଇଁ ଏହା ସୁରକ୍ଷା ପ୍ରଦାନ କରିଥାଏ । ଏଥିରେ ଏକ ଏପରି ଭିଟାମିନ ରହିଛି ଯାହା ଯାହା ୟୁରିକ ଏସିଡ ସ୍ତରକୁ କମ କରିଥାଏ ।

୨. କଞ୍ଚା ଅମୃତ ଭଣ୍ଡା, ଗାଉଟ ଏବଂ ଗଣ୍ଠି ରୋଗୀଙ୍କ ପାଇଁ ଏହା ଆଣ୍ଟି ଇଫଲୋମେଟୋରୀ ଗୁଣରେ ଭରପୁର ହୋଇଥାଏ । ଏଥି ପାଇଁ ହାଇ ୟୁରିକ ଏସିଡ ରୋଗୀ ମାନଙ୍କ ପାଇଁ ଏହା ଉପକାରୀ ହୋଇଥାଏ । ଏଥିରେ ଫାଇବରର ମାତ୍ରା ଅଧିକ ଥାଏ ।

କଞ୍ଚା କଦଳୀ ଏବଂ ଅମୃତ ଭଣ୍ଡା ଖାଇବାର ସଠିକ ଉପାୟ ହେଉଛି ଏହାକୁ ତରକାରୀ ବା ଭଜା କରି ଖାଇପାରିବେ । ଏହା ଛଡା ଆପଣ ଏହାର ଭର୍ତ୍ତା କରି ମଧ୍ୟ ଖାଇ ପାରିବେ । ଏହା ପେଟରେ ଥିବା ଅନେକ ସମସ୍ୟାକୁ ଠିକ କରିବାରେ ସାହାର୍ଯ୍ୟ କରିବ । ତେବେ ଯଦି ଆପଣଙ୍କର ୟୁରିକ ଏସିଡ ବଢିଛି ତେବେ ଆପଣ ଏହି ଫଳକୁ ଆପଣଙ୍କ ଡାଏଟରେ ସାମିଲ କରିପାରିବେ ।

Get real time updates directly on you device, subscribe now.