fbpx

(Video) ଇସ୍ରାଏଲର ମା’ ଓ ଛୁଆଙ୍କୁ ବନ୍ଧକରୁ ମୁକ୍ତ କଲା ହମାସ, ଗାଜା ଉପରେ ବିମାନ ଆକ୍ରମଣ ନ କରିବାକୁ ଆତଙ୍କବାଦୀ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ କ୍ରମାଗତ ୬ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଭୟଙ୍କର ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ଦୁଇ ପକ୍ଷରୁ ୨୪ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି । ହମାସର ଆକ୍ରମଣରେ ଇସ୍ରାଏଲର ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିପରି ଇସ୍ରାଏଲ ବାୟୁସେନାର ଗୁଳିମାଡ଼ରେ ଗାଜା ପଟ୍ଟିରେ ୧୨୦୦ରୁ ଅଧିକ ଲୋକଙ୍କର ଜୀବନ ହାନୀ ହେବା ସହିତ ୨.୫ ଲକ୍ଷ ଲୋକ ବାସହରା ହୋଇଯାଇଥିବା କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ବନ୍ଧକ ଥିବା ମା’ ଓ ଛୁଆଙ୍କୁ ମୁକ୍ତ କରିଛି ହମାସ । ଏନେଇ ହମାସ ଏକ ଭିଡିଓ ମଧ୍ୟ ଜାରି କରିଛି । ଛୁଆଟି ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଜଣେ ମା’ ଅନ୍ୟ ପଟରୁ ଯାଇ ନିଜ ସନ୍ତାନକୁ କୋଳାଗ୍ରତ କରିଥିଲେ । ତେବେ ଏହି ଘଟଣାର କାରଣ ବିଷୟରେ କିଛି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।

ଇସ୍ରାଏଲରୁ ୧୫୦ରୁ ଅଧିକ ଲୋକଙ୍କୁ ହମାସ ଓ ଅନ୍ୟ ଆତଙ୍କବାଦୀ ସଂଗଠନ ଦ୍ୱାରା ଅପହରଣ କରାଯାଇଛି । ତେଣୁ ବିନା ସୂଚନାରେ ଇସ୍ରାଏଲ ଫାଇଟର ଏୟାରକ୍ରାଫ୍ଟ ଯଦି ଗାଜା ଅଞ୍ଚଳକୁ ଟାର୍ଗେଟ କରେ, ତେବେ ବନ୍ଦୀ ଥିବା ଇସ୍ରାଏଲର ଲୋକଙ୍କର କ୍ଷତି ସାଧନ କରାଯିବ । ହମାସ ପକ୍ଷରୁ ଇସ୍ରାଏଲକୁ ଏଭଳି ଧମକ ଦିଆଯିବା ସହିତ ଚେତାବନୀ ଜାରି କରାଯାଇଛି ।

୬ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଇସ୍ରାଏଲ ତା’ର ଫାଇଟର ଜେଟକୁ ଲଞ୍ଚ କରି ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କରିବା ଆରମ୍ଭ କରିଦେଇଛି । ପରିଣାମ ସ୍ୱରୂପ ବହୁ ସଂଖ୍ୟକ ବିଲଡିଂ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି । ତେଲ ଅଭିଭ ପକ୍ଷରୁ ଗାଜାକୁ ଭୋଜନ, ଇନ୍ଧନ ଓ ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରବେଶ ଉପରେ ରୋକ ଲାଗୁ ଘୋଷଣା କରିଛି । ଗତ ୭ ତାରିଖରେ ହମାସ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ କରିବା ପରେ ଇସ୍ରାଏଲର ଶହ ଶହ ଲୋକଙ୍କର ଜୀବନ ଚାଲିଯାଇଥିଲା । ଏହାପରେ ଇସ୍ରାଏଲ ମିଲିଟାରୀ ପକ୍ଷରୁ ମଧ୍ୟ ଗାଜା ସିଟି ଉପରେ ଆକ୍ରମଣ କରାଯାଇଥିଲା । ଦୁଇ ପକ୍ଷର ଏହି ସଂଘର୍ଷରେ ୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଦୁଇ ପକ୍ଷରୁ କେହି ବି ସମାଧାନ ନେଇ ଆଗ୍ରହ ପ୍ରକାଶ କରିନଥିଲେ ।

Get real time updates directly on you device, subscribe now.