fbpx
BSKY
BJD MC SKY
BJD MS SKY

ବିଜାପୁର ପୋଲିସକୁ ମିଳିଛି ବଡ଼ ସଫଳତା, ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ଆତଙ୍କ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ଏବଂ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟରେ ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୧୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବାର ଜଣାପଡ଼ିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୬ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରୁ ପିଏଲଜିଏ ସଦସ୍ୟ, ଏଲଓଏସ କମାଣ୍ଡର, କେଏଏମଏସ ସଦସ୍ୟ,ଏଲଜିଏସ ସଦସ୍ୟ, ମିଲିସିଆ ଡେପୁଟି କମାଣ୍ଡର ପ୍ରମୁଖ ରହିଛନ୍ତି । ସରକାର ଏମାନଙ୍କ ନାଁରେ ୧୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

ସରକାରଙ୍କର ପୁନଃ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି । ଅପରପକ୍ଷରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ତରଫରୁ ଏମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ ସହ ଆତ୍ମନିର୍ଭରଶୀଳ ପାଇଁ ତାଲିମ ଦିଆଯିବ। ସଂଗଠନରେ ଲଗାତାର ପୋଲିସର ଚଢ଼ାଉ ଏବଂ କୌଣସି ଲକ୍ଷ୍ୟ ନେଇ ସଂଗଠନର କ୍ୟାଡରମାନେ କାମ କରୁନଥିବା ଯୋଗୁଁ ଏମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଆତ୍ମସମର୍ପଣରେ କହିଛନ୍ତି ମାଓବାଦୀ । ପିଏଲଜିଏ ସଦସ୍ୟ ଅରୁଣ କଡତି ମଧ୍ୟ ଆତ୍ମସମର୍ପଣ କରିଛି । ଅରୁଣ ନାମରେ ସରକାର ୮ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ଏମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି । ଗୋଟିଏ ପଟେ ପୋଲିସର ଘନ ଘନ ଚଢାଉରେ ନକ୍ସଲ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟପଟେ ନକ୍ସଲ ସଂଗଠନର କ୍ୟାଡର ନକ୍ସଲମାନେ ଆତ୍ମସମର୍ପଣ କଲେଣି। ତେବେ ଛତିଶଗଡ଼ରୁ ଧୀରେଧୀରେ ମାଓବାଦୀ ସଂଗଠନ ଭୁଶୁଡିବାରେ ଲାଗିଛି ଯାହାକି ଏକ ଶୁଭ ସଂକେତ ।

Get real time updates directly on you device, subscribe now.