fbpx
BSKY
BJD MC SKY
BJD MS SKY

ମା’କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ; ଶେଷରେ ୨ ପିଲାଙ୍କୁ ନେଇ ହାରିଲା ଜୀବନ

ଭୋପାଳ: ମଧ୍ୟପ୍ରଦେଶର ଚିତ୍ରକୁଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମା’କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ ଦୁଇ ପିଲାଙ୍କୁ ନେଇ କୂଅକୁ ଡେଇଁ ଜୀବନ ହାରିଲା। ମାଣିକପୁର କୋତୱାଲି ଅଞ୍ଚଳର ଝଲମାଲ କଲୋନୀରୁ ଆସିଛି ଏଭଳି ଖବର। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ୩ଟି ମୃତଦେହର ବ୍ୟବଚ୍ଛେଦ କରାଇଛି। ଘଟଣା ସମ୍ପର୍କରେ ଖବର ପାଇ ଏସ୍ ପି ଅରୁଣ କୁମାର ସିଂହ ମଧ୍ୟ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋମବାର ଅପରାହ୍ନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ଜଣକ ନିଜ ଦୁଇ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ପଡ଼ିଥିଲେ। ଯେଉଁଥିପାଇଁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଚିତ୍ରକୁଟ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚକ୍ରପାଣି ତ୍ରିପାଠୀ କହିଛନ୍ତି ଯେ, ସୋମବାର ଅପରାହ୍ନରେ ମାଣିକପୁର ଥାନା ଅନ୍ତର୍ଗତ ଉଞ୍ଚଡିହ ଗ୍ରାମର ମାଜରା ଝାଲମାଲ କଲୋନୀରେ ସ୍ୱାମୀଙ୍କ ସହ ସାମାନ୍ୟ ବିବାଦ ହେବାରୁ ମହିଳା ଅଞ୍ଜୁ ଦେବୀ (୨୪) ତାଙ୍କ ଦୁଇ ପୁଅ ସୁଧୀର (୩ ବର୍ଷ) ଓ ସୁଦୀପ (୮ ମାସ)ଙ୍କ ସହ ଏକ ନିର୍ଜନ ସ୍ଥାନରେ କୂଅକୁ ଡେଇଁ ପଡ଼ିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ଜଣକ ନିଜ ଦୁଇ ପିଲାଙ୍କୁ ନେଇ ଘରୁ ଚାଲି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ କୂଅରୁ ୩ ଜଣଙ୍କ ମୃତଦେହ ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଏଏସପି କହିଛନ୍ତି ଯେ ପୋଲିସ ମହିଳା ଏବଂ ତାଙ୍କ ଦୁଇ ପିଲାଙ୍କ ମୃତଦେହକୁ କୂଅରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.